Home ଓଡ଼ିଶା ସମାଜ ସେବୀ ସ୍ୱର୍ଗତ ନବଘନ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା, ନିଆଳି ବ୍ଲକ ଅଞ୍ଚଳର ଜଣେ ଦରଦୀ ବନ୍ଧୁ, ସମାଜ ସେବୀ, ଶିକ୍ଷାପ୍ରେମୀ, ସମାଜ ସଂସ୍କାରକ ଭାବେ ପରିଚିତ ସ୍ବର୍ଗତ ନବ ଘନ ମହାନ୍ତିଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ ନିଆଳି ନୂଆଗାଁ ସ୍ଥିତ ବାସୁଦେବ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ କବି, ଲେଖକ ତଥା ସାହିତ୍ୟିକ ଡକ୍ଟର ତ୍ରିନାଥ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବର କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଯୋଗ ଦେଇ ପ୍ରଦୀପ ଜାଳି ସ୍ୱର୍ଗତ ନବଘନ ମହାନ୍ତିଙ୍କର ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲା ବେଳେ ଏଥିରେ ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କର ବହୁ ମୁଖୀ ପ୍ରତିଭାର ସ୍ମୃତି ଚାରଣ କରିଥିଲେ । ଏଥିରେ ସମ୍ମାନୀତ ଅତିଥିଭାବେ ଜିଲ୍ଲାପରିଷଦ ସଭ୍ୟ ଦେବାଶିଷ ଷଡଙ୍ଗୀ, ଅର୍ଜୁନ ମହ।କୁଳ, ପ୍ରାଚୀ ଗବେଷକ ହଂସ ନାଥ ସାହୁ ,ଡକ୍ଟର ଅର୍ଜୁନ କୁମାର ବିଶ୍ଵାଳ, ପ୍ରଜାପିତା ବ୍ରହ୍ମାକୁମାରୀ ପ୍ରତିଷ୍ଠାନର ମୁଖ୍ୟ ସୁଭାଷିନୀ ଭଉଣୀ, ଆଇନଜିବୀ ଦିଲୀପ କୁମାର ମହାନ୍ତି, ଆଇନଜୀବୀ ଅବଦୁଲ ବାରି, ପ୍ରତାପ କୁମାର ରାଉତରାୟ ପ୍ରମୁଖ ଯୋଗ ଦେଇ ନିଆଳି ବ୍ଲକ, କରାଙ୍ଗ ଗ୍ରାମରେ ଜନ୍ମିତ ସ୍ୱର୍ଗତ ନବଘନ ମହାନ୍ତିଙ୍କର ଅବକ୍ଷୟ କୃତୀ ଏବଂ କୃତିତୂ ଉପରେ ମତ ବ୍ୟକ୍ତ କରି କହିଲେ ଯେ ନବଘନ ମହାନ୍ତି ଥିଲେ ଜଣେ ଶିକ୍ଷାପ୍ରେମୀ, ଜଣେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ । ଖାଲି ସେତିକି ନୁହେଁ ସେ ଏକାଧାରରେ ଥିଲେ ଜଣେ ସ୍ନେହ ପ୍ରେମୀ,ଆଚାରନିଷ୍ଠ ସରଳ ବ୍ୟକ୍ତିଟିଏ, ଏବଂ ଆଧ୍ୟାତ୍ମିକ ଚିନ୍ତା ଚେତନାର ସେ ଥିଲେ ଅନନ୍ୟ ପ୍ରଚଣ୍ଡ ଉପାସକ । ସେ ସମଗ୍ର ନିଆଳି ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସେବା କରି ବହୁ ଚର୍ଚ୍ଚିତ ଅଧିକାରୀ ଭାବରେ ପରିଚିତ ବୋଲି ଉପସ୍ଥିତ ଅତିଥିମାନେ ମତ ବ୍ୟକ୍ତ କରିବା ସହ ଏହି ଅମର ଆତ୍ମା ପ୍ରତି ଗଭୀର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ୱାଦିକ ନାରାୟଣ ଚନ୍ଦ୍ର ବେହେରା ସ୍ବାଗତ ଅଭିଭାଷଣ ପ୍ରଦାନ ସହିତ ମଞ୍ଚ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ ଉତ୍ସବରେ ସ୍ୱର୍ଗତ ମହାନ୍ତିଙ୍କର ଜ୍ୟେଷ୍ଠ ପୁତ୍ର ଆଇନଜୀବୀ ସୁବ୍ରତ କୁମାର ମହାନ୍ତି ଉପସ୍ଥିତ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିବାବେଳେ ତାଙ୍କର କନ୍ୟା ଡକ୍ଟର ସସ୍ମିତା ମହାନ୍ତି ପ୍ରଥମ ଉଦଘାଟନୀ ସମାରୋହରେ ସ୍ଲୋକାବୃତି କରିଥିଲେ । ଏଥିରେ ପୁଷ୍ପାଞ୍ଜଳି ଜେନା ଏବଂ ପୁତ୍ର ସୁବ୍ରତ, ସୂର୍ଯ୍ୟ କୁମାର, ଶୁଶାନ୍ତ ପ୍ରମୁଖ ପୁତ୍ର ଏବଂ ସହ ପରିବାର , ବନ୍ଧୁ ବାନ୍ଧବମାନେ ଯୋଗ ଦେଇ ଆମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ସେବା ଅଧିକାରୀ ଅକ୍ଷୟ କୁମାର ସ୍ବାଇଁ । Categories: ଓଡ଼ିଶା, କଟକ, ଖୋର୍ଦ୍ଧା, ହୋମ୍ Related Content Chief Minister warmly felicitates Silver Gandhi by Proprietor Abhimanyu Maharana October 8, 2026 ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026