ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଘରେ ଶୋଇଥିଲେ ଝିଅ l ମା ଯାଇଥିଲେ ଗାଧୋଇବାକୁ l ସାନ ପୁଅ ଓ ଝିଅ ଯାଇଛନ୍ତି ଗାଁ ବିଦ୍ୟାଳୟ କୁ l ଏହି ସମୟରେ ଘର ପାଖରେ ଥିବା ବିରାଟ ଗଛ ଟି ଉପୁଡି ଘର ଉପରେ ପଡିଯାଇଥିଲା l ଗଛ ପଡି ଯିବା ଯୋଗୁଁ ଘର ମାଟି କାନ୍ଥ ଭୁଶୁଡି ପଡିଲା l ସେତେବେଳେ ଘରେ ଶୋଇଥିବା ଝିଅ ଜୀବନ ବିକାଳରେ ଘର ବାହାରକୁ ଦୌଡ଼ି ପଳାଇ ଆସିଲା l ବଞ୍ଚିଗଲା ଝିଅର ଜୀବନ l ଅଳ୍ପକେ ଏକ ବଡ଼ ଅଘଟଣରୁ ବର୍ତ୍ତିଗଲେ ଝିଅ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ବିରିକୋଟ ହରିଜନ ସାହିରେ l
