ବ୍ରହ୍ମଗିରି ବ୍ଲକ ରେ ଓଡ଼ିଶା ବନ୍ଦ ସଫଳ

ବ୍ରହ୍ମଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଅକାଳ ବିୟୋଗ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳାଇଦେଇଛି। ନିଜ କଲେଜର ଜଣେ ଅଧ୍ୟାପକଙ୍କଠାରୁ ମାନସିକ ନିର୍ଯାତନାର ଶିକାର ହୋଇ ନ୍ୟାୟ ପାଇଁ ସମସ୍ତଙ୍କୁ ଗୁହାରି କଲେ ହେଲେ କେହି ତାଙ୍କ ଦୁଃଖ ଶୁଣିଲେ ନାହିଁ । ଏହାକୁ ନେଇ ଏବେ ରାଜ୍ୟବ୍ୟାପୀ ବିରୋଧର ନିଆଁ ଜଳୁଥିବାବେଳେ ଗୁରୁବାର ଓଡ଼ିଶା ବନ୍ଦ ଡକରା ଦେଇଥିଲେ ଭାରତୀୟ ଜାତୀୟ କଂଗ୍ରେସ ଓ ସାତଟି ବାମଦଳ ସମୂହ | ଗୁରୁବାର ବ୍ରହ୍ମଗିରି ବ୍ଲକ କଂଗ୍ରେସ ସମେତ ବିଭିନ୍ନ ଦଳ କର୍ମୀ ମାନେ ମିଶି ଅତ୍ୟାବଶ୍ୟକ ଓ ଜରୁରୀ ସେବାକୁ ବାଦ୍ ଦେଇ ସବୁ ବନ୍ଦ କରିଥିଲେ ।

ସକାଳ ୬ରୁ ସନ୍ଧ୍ୟା ୬ ଯାଏ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡକରାରେ ବ୍ରହ୍ମଗିରି ବ୍ଲକ ର ସମସ୍ତ ସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ,ବ୍ୟାଙ୍କ ସମେତ ସବୁ ଦୋକାନ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି । ଛାତ୍ରୀ ଆତ୍ମଦାହ ଘଟଣାର ନ୍ୟାୟିକ ତଦନ୍ତ ସହ ବାଲେଶ୍ବର ସାଂସଦ, ବିଧାୟକ ଙ୍କୁ ପରିସର ଭୁକ୍ତ କରାଯାଉ । ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ । କଲେଜ ଓ ବିଶ୍ଵବିଦ୍ୟାଳୟରେ ଥ‌ିବା ଆଣ୍ଟି ରାଗିଙ୍ଗ୍, ସେଚ୍ଚୁଆଲ ହାରାସ୍‌ମେଣ୍ଟ କମିଟି ଠିକ୍ ଭାବେ କାର୍ଯ୍ୟ କରୁନାହିଁ। କେବଳ ଫକୀର ମୋହନ ମହାବିଦ୍ୟାଳୟର ଛାତ୍ରୀ ଆମୂହତ୍ୟା ଘଟଣା ନୁହେଁ ବରଂ ରାଜ୍ୟରେ ନାରୀ ନିର୍ଯାତନା, ଦୁଷ୍କର୍ମ ଓ ଯୌନ ହିଂସା ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି।

ଏହାର ପ୍ରତିବାଦ ସହ ଜନସାଧାରଣ ମଧ୍ୟରେ ସଚେତନ‌ତା ସୃଷ୍ଟି ପାଇଁ ଓଡ଼ିଶା ବନ୍ଦ ଡକରା ଦିଆଯାଇଛି। ଅଖଚକ ସମ୍ପୂର୍ଣ ବନ୍ଦ ରହିବା ସହ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ କରାଯାଇଥିଲା । ଆନ୍ଦୋଳନକାରୀ ସକାଳ ୬ରୁ ବ୍ରହ୍ମଗିରି ବିଭିନ୍ନ ସ୍ଥାନରେ ପିକେଟିଂ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବିଧାୟକ ପାର୍ଥି ଉମାକାନ୍ତ ବରାଳ, ଯୁବ କଂଗ୍ରେସ ସଭାପତି ଦେବାଶିଷ ସାହୁ, ଛାତ୍ର କଂଗ୍ରେସ ସଭାପତି ନକୁଳ ବେହେରା, ସୁଶୀଲ କୁମାର ଦଳାଇ, ସୁଧାକର ଦଳାଇ, ପ୍ରସନ୍ନ କୁମାର ପାତ୍ର, ବିରଞ୍ଚି ସ୍ୱାଇଁ, କୃଷ୍ଣ ପ୍ରଧାନ,ବିକ୍ରମ ପାତ୍ର , ଭୀମସେନ ସ୍ବାଇଁ ,ଷ୍ଟାଳିନୀ ପାଇକେରାଏ , ରମେଶ ବାରିକ, ସୁରେନ୍ଦ୍ର ଦଳାଇ ବିଦ୍ୟାଧର ଦଳାଇ ,ପୀତବାସ ବେହେରା , ବନମାଳୀ ସାହୁ, ଗୋପାଳ ପ୍ରଧାନ ସମେତବରିଷ୍ଠ ନେତା ଓ କର୍ମୀ ଉପସ୍ଥିତ ଥିଲେ l

Exit mobile version