ଭାରତୀୟ ମଜଦୂର ସଙ୍ଘ ପୁରୀ ଜିଲ୍ଲା ର ବୈଠକ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତୀୟ ମଜଦୂର ସଂଘ ପୁରୀ ଜିଲ୍ଲା ର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ରାଜକୁମାର ମିଶ୍ର ଙ୍କ ସଭାପତିତ୍ବ ରେ ,ସ୍ଥାନୀୟ ଲ୍ୟାଣ୍ଡମାର୍କ ହୋଟେଲ ରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଜୁଲାଇ ୨୩ ରେ ଭାରତୀୟ ମଜଦୂର ସଂଘ ର ୭୦ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବ । ଏହି ପ୍ରତିଷ୍ଠା ଦିବସ କୁ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ପଣ୍ଡା, ରାଜ୍ୟ ସଭାପତି ବାଦଲ ମହାରଣା,ରାଜ୍ୟ ସଂଗଠନ ସମ୍ପାଦକ ଲକ୍ଷ୍ମଣ ଦାସ ,

ବିଦ୍ୟୁତ୍ ମହାସଂଘ ର ସଭାପତି ସତ୍ୟବ୍ରତ ପରିଡ଼ା ଯୋଗ ଦେବେ।ଆଗକୁ ଥିବା ପର୍ଯ୍ୟାବରଣ ଦିବସ ର କାର୍ଯ୍ୟକ୍ରମ ,ଜାତୀୟ କାର୍ଯ୍ୟକାରିଣୀ ବୈଠକ । ଜାତୀୟ କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ,ଜିଲ୍ଲା ର କାର୍ଯ୍ୟ କର୍ତ୍ତା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବ । ତେଣୁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ପାଇ ପ୍ରସ୍ତୁତି ବୈଠକ ଆଲୋଚନା କରାଯାଇଥିଲା ।ବୈଠକ ରେ ଜିଲ୍ଲା ସମ୍ପାଦକ ବିଶ୍ଵନାରାୟଣ ଦାସ ,ଜିଲ୍ଲା କୋଷାଧକ୍ଷା ମଞ୍ଜୁଲତା ମୁଦୁଲି ,ଆଶାକର୍ମୀ ଜୟନ୍ତୀ ପ୍ରଧାନ ,

ରିତା ମାଝି , ଉଜ୍ୱାଲା ସଂଗଠନ ରୁ ରଞ୍ଜିତା ଦାସ , ସଂଯୁକ୍ତା ରଥ , ମାନସୀ ସାହୁ ,ଜୟଶ୍ରୀ ଡୋରା, ବିଦ୍ୟୁତ୍ ସଙ୍ଗଠନ ରୁ ନିରଂଜନ ପ୍ରଧାନ ,ସୌମ୍ୟରଂଜନ ଦାଶ,ଓ ଏଲ ଏମ ସଂଗଠନ ରୁ ଯୋଗେନ୍ଦ୍ର ପାତ୍ର ,ସରସ୍ଵତୀ ଜେନା ,ରେଲୱେ ଠିକା ମଜଦୂର ସଂଘ ରୁ ପ୍ରିୟବ୍ରତ ଜେନା,ସନ୍ତୋଷ ପ୍ରଧାନ ,ପଦ୍ମଭୂଷଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ ।ବୈଠକ ଶେଷ ରେ ବିଜୟ ଲକ୍ଷ୍ମୀ ମିଶ୍ର ଧନ୍ୟବାଦ୍ ଦେଇଥିଲେ ।

Exit mobile version