Home ଓଡ଼ିଶା ଜିଲ୍ଲା ରେ ହେବ ପିତୃମାତୃହୀନ ଓ ଏକକ ଅଭିଭାବକ ଥିବା ଶିଶୁଙ୍କ ପରିବାର ସର୍ବେକ୍ଷଣ by Proprietor Abhimanyu Maharana 12 months ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବୁଧବାରେ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି l ପିତୃମାତୃହୀନ ଓ ଏକକ ଅଭିଭାବକ ଥିବା ଶିଶୁଙ୍କ ପରିବାର ସର୍ବେକ୍ଷଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଡଃ ଅଜିତ କୁମାର ମହାପାତ୍ର, ପ୍ରୋଟେକ୍ସନ ଅଫିସର ଚନ୍ଦ୍ରପ୍ରଭା ଦେଇ ପ୍ରମୁଖ ଯୋଗ ଦେଇଥିଲେ l ଏହି ଶିଶୁ ମାନଙ୍କର ସର୍ବୋତ୍ତମ ସ୍ୱାର୍ଥ ଓ ଅଧିକାର ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବା ସହିତ ଏହି ସର୍ବେକ୍ଷଣରେ ପ୍ରତ୍ୟେକ ଯୋଗ୍ୟ ଶିଶଙ୍କୁ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଅତିଥିମାନେ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ଓ ତଥ୍ୟ ସମୀକ୍ଷକ ଅକ୍ଷୟ କୁମାର ଚୌଧୁରୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରରେ ସମସ୍ତ ବ୍ଲକ ଓ ମ୍ୟୁନିସିପାଲିଟି ର ଶିଶୁ ପ୍ରକଳ୍ପ ଅଧିକାରୀ, ଆଇ ସି ଡ଼ି ଏସ ସୁପରଭାଇଜର ଯୋଗ ଦେଇଥିଲେ। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କର୍ମକର୍ତ୍ତା ଓ ଅଙ୍ଗନବାଡି କର୍ମୀମାନଙ୍କ ସହଯୋଗରେ ଏହି କାର୍ଯ୍ୟ ଜିଲ୍ଲାରେ ସମ୍ପାଦିତ ହେବ ଓ ନିର୍ଦ୍ଧିଷ୍ଟ ସମୟ ଅବଧି ମଧ୍ୟରେ ସର୍ବେକ୍ଷଣ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି l ଉଦଯାପନୀ ଉତ୍ସବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ହରେକୃଷ୍ଣ ସାହୁ ହିସାବ ରକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ମହାପ୍ରଭୂଙ୍କ ନବଯୌବନ ଦର୍ଶନ ନିମନ୍ତେ ପୁରୀ ବାସୀ ବଞ୍ଚିତ by Proprietor Abhimanyu Maharana July 15, 2026 ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଓ ନେତ୍ରୋତ୍ସବ : ଝିପିଝିପି ବର୍ଷା ସତ୍ୱେ ଭକ୍ତ ଗହଳି ବଢୁଛି by Proprietor Abhimanyu Maharana July 15, 2026 ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ by Proprietor Abhimanyu Maharana July 14, 2026 ଖଳି ଲାଗି ପାଇଁ ଶୁଦ୍ଧ ସୁଆର ଶ୍ରୀମନ୍ଦିର ପ୍ରବେଶ by Proprietor Abhimanyu Maharana July 14, 2026 ଗଣତନ୍ତ୍ର ପ୍ରତି ବିପଦ : ରବି ରଥ by Proprietor Abhimanyu Maharana July 14, 2026 ୧୯୭୭ ମାଟ୍ରିକ୍ ବ୍ୟାଚ୍ର ବନ୍ଧୁ ମିଳନ by Proprietor Abhimanyu Maharana July 14, 2026