ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ବାଲେଶ୍ବର ଫକୀର ମୋହନ କଲେଜର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ର ବନ୍ଦ ଡାକରା କ୍ରମେ ବାଲିଗୁଡା ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ଡାକରା ସମ୍ପୂର୍ଣ୍ଣ ସଫଳ ହୋଇଛି । ସକାଳ ୬ଟାରୁ କଂଗ୍ରେସ କର୍ମୀ ମାନେ ଟାଉନ ର ବିଭିନ୍ନ ଛକରେ ବ୍ୟାନର ଲଗାଇ ରାସ୍ତା ଅବରୋଧ କରିବା ସହ ଏକ ବିରାଟ ଶୋଭାଯାତ୍ରା କରି ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ଶୋକ ସଭା ର ଆୟୋଜନ କରାଯାଇଥିଲା l

