Home ଓଡ଼ିଶା ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବି କରି ବନ୍ଦ ଡାକରା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ ର ଛାତ୍ରୀ ସ୍ବର୍ଗତ ସୁଶ୍ରୀ ସୌମ୍ୟାଶ୍ରୀ ବିଶି କଲେଜ କର୍ତ୍ତୃପକ୍ଷଙ୍କ ନିର୍ଯ୍ୟାତନାର ଶିକାର ହୋଇ ଆତ୍ମହତ୍ୟା କରିଥିଲେ।ଏହି ଘଟଣା କୁ କେନ୍ଦ୍ରକରି ସ୍ବର୍ଗତ ଛାତ୍ରୀ ସୌମ୍ୟା ଙ୍କ ପ୍ରତି ନ୍ୟାୟ ଦାବି କରି ଗୁରୁବାର ଦିନ ରାଜ୍ୟ କଂଗ୍ରେସ ର ବନ୍ଦ ଡାକରା ରେ ରାମନାଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ବାଞ୍ଛାନିଧି ବେହେରାଙ୍କ ନେତୃତ୍ୱରେ ରଞ୍ଜିତ ନାୟକ ବେହେରା, ଗୁଣୁପୁର ନିର୍ବାଚନ ମଣ୍ଡଳୀ ଓବିସି ସେଲ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର ,ଭାସ୍କର କାଡ୍ରାକା,ଏସଟି ସେଲ ଉପ ସଭାପତି ପ୍ରକାଶ କଣ୍ଡାଗରୀ ,ଯୁବ ନେତା ସନ୍ତୋଷ ଲାବଲା, ସୁଦର୍ଶନ ନାଗଭୂଷଣ,ଅଭି,ଆପାରାଓ ପାଲଟା,ପଦ୍ମନ ଗାଣ୍ଟାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ରହି ବ୍ଲକ ସଦର ମହକୁମା ର ମୁଖ୍ୟ ବଜାରର ରାୟଗଡା, ମୁନିଗୁଡା, ଗୁଣପୁର ,ବ୍ରହ୍ମପୁର କୁ ସଂଯୋଗ କରୁଥିବା ୩୨୬ ଜାତୀୟ ରାଜପଥ ଅବରୋଧ , ଦୋକାନ ବଜାର ବନ୍ଦ, ବିଭିନ୍ନ ସରକାରୀ ଅନୁଷ୍ଠାନ, ପେଟ୍ରୋଲ ପମ୍ପ, ବ୍ୟବସାୟିକ ପ୍ରତିଷ୍ଠାନ ଆଦି ପିକେଟିଂ କରି ବନ୍ଦ କରିଥିଲେ। ଅତ୍ୟାବଶ୍ୟକ ଓ ଜରୁରୀ ସେବାକୁ ବାଦ୍ ଦେଲେ ସବୁ ଅନୁଷ୍ଠାନ ବନ୍ଦ କହିଛି । କଂଗ୍ରେସ ବାଲେଶ୍ୱର ଫକିର ମୋହନ କଲେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପ୍ରତିବାଦ ସ୍ଵରୂପ କଂଗ୍ରେସ ତରଫରୁ ୧୭ ତାରିଖ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣା ନେଇ ପ୍ରଦେଶ କଂଗ୍ରେସ କମିଟି ଓ ବାମ ପନ୍ଥୀ ଦଳର ମିଳିତ ଡାକରା କ୍ରମେ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିଲା । ଫକୀର ମୋହନ ବିଶ୍ୱବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାର ନ୍ୟାୟିକ ତଦନ୍ତ ସହ ବାଲେଶ୍ୱର ସାଂସଦ, ବିଧାୟକ ଉଚ୍ଚ ଶିକ୍ଷା ମନ୍ତ୍ରୀ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କରିଛି କଂଗ୍ରେସ ଦଳ । କଲେଜ ଓ ବିଶ୍ୱବିଦ୍ୟାଳୟରେ ରେ ଥୁବା ଆଣ୍ଟି ରାଗିଂ ଓ ସେଚ୍ଚୁଆଲ ହାରାସମେଣ୍ଟ କମିଟି ଠିକ୍ ଭାବେ କାର୍ଯ୍ୟ କରୁନଥିବା ଅଭିଯୋଗ ଆଣିଛି ଦଳ । କେବଳ ଫକୀର ମୋହନ ବିଶ୍ଵ ବିଦ୍ୟାଳୟର ଛାତ୍ରୀ ଆତ୍ମହତ୍ୟା ଘଟଣାର ନୁହେଁ ବରଂ ରାଜ୍ୟରେ ନାରୀ ନିର୍ଯାତନା,ଦୁଷ୍କର୍ମ ଓ ଯୌନ ହିଂସା ଘଟଣା ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି ଏହାର ପ୍ରତିବାଦ ସହ ମିଶି ଜନସାଧାରଣ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଥିବା ଅଖ ଚକ ସଂପୂର୍ଣ୍ଣ ବନ୍ଦ ରହିବା ସହ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ବନ୍ଦ ରହିଥିବା ଦେଖିବାକୁ ମିଳିଛି । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ପ୍ରବାସୀ ଓଡ଼ିଆ ଡାଟା ବ୍ୟାଙ୍କ ଉନ୍ମୋଚନ ପାଇଁ ବ୍ୟାପକ ପ୍ରସ୍ତୁତି by Proprietor Abhimanyu Maharana September 11, 2026 Hectic Preparations on to launch Prabasi Odias Data Bank by Proprietor Abhimanyu Maharana September 11, 2026 ରେଳମଦଦ୍ ମାଧ୍ୟମରେ ଯାତ୍ରୀଙ୍କ ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ଉଦ୍ଧାର by Proprietor Abhimanyu Maharana September 11, 2026 ବ୍ଲକ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା, ସାଗର ର ଆହ୍ଵାନ ପ୍ରଥମ ଚିଲିକା ବ୍ଲକ by Proprietor Abhimanyu Maharana September 11, 2026 ଗଜପତି ପୋଲିସ ଓ ସରକାରୀ ଓକିଲ ସମନ୍ୱୟ ବୈଠକ।ସମ୍ମାନିତ ହେଲେ କ୍ୟାଡ଼ର ପିପି, ସ୍ପେଶାଲ ପିପି ଓ ଥାନାଧିକାରୀ by Proprietor Abhimanyu Maharana September 11, 2026 ଚୋରାଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖିଥିବା କିଲୋଗ୍ରାମ ଗଞ୍ଜେଇ ଜବତ by Proprietor Abhimanyu Maharana September 11, 2026