ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଘଟଣା ଥାଇଲାଣ୍ଡସ୍ଥିତ ଏକ ବୁଦ୍ଧିଷ୍ଟ ସଂପ୍ରଦାୟରୁ ଆସିଛି । ଘଟଣାଟି ଏହା ଯେ, ବରିଷ୍ଠ ସାଧୁ ଏବଂ ସନ୍ୟାସୀଙ୍କୁ ପ୍ରଲୋଭନ ଏବଂ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରିଫ କରାଯାଇଛି । ଉକ୍ତ ମହିଳାଙ୍କ ନାମ ଏମଏସ ଗଲ୍ଫ ଥିବାବେଳେ ତାଙ୍କ ପ୍ରକୃତ ପରିଚୟ ହେଉଛି ଉଲାୱାନ ଏମସାୱତ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ. “ଉକ୍ତ ମହିଳା ଜଣକ ପାଖାପାଖି ୯ ସାଧୁ ସନ୍ୟାସୀଙ୍କ ସହ ଗୁପ୍ତ ଯୌନ କାର୍ଯ୍ୟାକଳାପରେ ଲିପ୍ତ ଥିଲେ । ଯାହା ଫଳରେ ରେ ମହିଳା ଜଣକ ସାଧୁ ସନ୍ୟାସୀଙ୍କୁ ନିଜର ଅନ୍ତରଙ୍କ ଫଟୋ ଏବଂ ଭିଡିଓ ପଠାଇ ମୋଟ ଆକାରରେ ଟଙ୍କା ଆଦାୟ କରୁଥିଲେ । ”
ଏହି ଘଟଣାଟି ସେତେବେଳେ ସମସ୍ତଙ୍କ ଲୋକଲୋଚନକୁ ଆସିଥିଲେ ଯେତେବେଳେ ଏମଏସ ଗଲ୍ଫଙ୍କ ଆକାଉଣ୍ଟକୁ ଗତ ତିନି ବର୍ଷ ମଧ୍ୟରେ ପାଖାପାଖି ୧୦୦ କୋଟି ଉର୍ଦ୍ଧ୍ୱ ଟଙ୍କା ଆସିଛି, ଯାହାର ଅଧିକାଂଶ ଅଂଶ ଅନଲାଇନ ଗ୍ୟାମଲିଙ୍ଗ ସାଇଟରେ ଖର୍ଚ୍ଚ ହୋଇଛି ବୋଲି ଜଣାପଡିଛି ।
