ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଜାତୀୟ ପୁରସ୍କାର

ଧନକଉଡା (ଓଡ଼ିଶା ତାଜା ନ୍ୟୁଜ୍) :- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସମ୍ମାନ ଜନକ ରାଷ୍ଟ୍ରୀୟ ଗୁଣବତ୍ତା ସୂଚକ ମାନଦଣ୍ଡ (ଏନ କ୍ୟୁ ଏ ଏସ) ପୁରସ୍କାର ମିଳିଛି I ଗତ ଜୁନ ୨୦-୨୧ ତାରିଖ ରେ ଦୁଇ ଜଣିଆ ଜାତୀୟ ଦଳ ଡା. ରାଜେଶ ମିଶ୍ର ଓ ଶ୍ରୀମତୀ ପ୍ରୀତି ସଂଗୀତା ବାରା ଆସି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ୧୨ ଗୋଟି ବିଭାଗ ର ତର୍ଜମା କରି ଥିଲେ I  

ଏହି ଆକଳନ ସମୟରେ ଡା ଦିଲୀପ ମୁଦୁଲି, ଡା ସୁନିତା ମେଣ୍ଡୁଳି, ଫାରମାସି ଅଫିସର ରାମଚନ୍ଦ୍ର ରାଉତ,ସୁପ୍ରୀତ ନାୟକ, ଖିତିପ୍ରଭା ଭୋଇ, ପୁଷ୍ପାଞ୍ଜଳି ପଟେଲ, ନିରୁପମା ଧଳ, ଲିଜ଼ାଲୀନ ପୃସେଠ, ସୁପ୍ରଭାତ ସାହୁ, ସୁପ୍ରଭା ରାଉତ, ସୋନାଲି ପ୍ରଧାନ, ମୀରାରାଣୀ ନାୟକ, ସୁପ୍ରିୟା ସାହୁ, ପ୍ରୀତ୍ୟ ପଦ୍ମ ରଥ ତଥା ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ I

ଜନ ଆରୋଗ୍ୟ ସମିତି ସଭ୍ୟ ଶ୍ରୀ ହୀରାଲାଲ ବେହେରା ଓ ମହିଳା ଆରୋଗ୍ୟ ସମିତି ର ସଭ୍ୟ ମାନେ ମଧ୍ୟ ଉପସ୍ଥିତ ରହି ସହାୟତା କରି ଥିଲେ I ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ ସମ୍ବଲପୁର ତରଫରୁ ଡା ଅଶୋକ ଦାସ (ଅତିରିକ୍ତ ଜିଲ୍ଲା ନଗର ସ୍ୱାସ୍ଥ୍ୟ ଅଧିକାରୀ), ଶ୍ରୀ ମୃତୁଞ୍ଜୟ ମୁଣ୍ଡ (ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀ ନିକୁ ରଞ୍ଜନ ପ୍ରତିହାରୀ (ନଗର କାର୍ଯ୍ୟକ୍ରମ ପରିଚାଳକ), ଶ୍ରୀମତୀ ଵୈଶାଳିନୀ ସାହୁ (ଗୁଣବତ୍ତା ଅଧିକାରୀ), ଶ୍ରୀ ମଳୟ ରଞ୍ଜନ ପାଣିଗ୍ରାହୀ (ଅତିରିକ୍ତ କାର୍ଯ୍ୟକ୍ରମ ପରିଚାଳକ, ସହରାଂଚଳ ) ପ୍ରମୁଖ ଉପସ୍ଥିତ ରହି ତର୍ଜମା ପ୍ରକ୍ରିୟା କୁ ପରିଚାଳନା କରି ଥିଲେ I

ସମ୍ମାନ ପାଇଁ ଜାତୀୟ ଦଳ ମିଳୁଥିବା ସ୍ୱାସ୍ଥ୍ୟ ସେବା, ଔଷଧ କେନ୍ଦ୍ର, ପାଥୋଲୋଜି, ଡ୍ରେସିଂ ରୁମ, ଫିଜିଓ ଥେରାପି, ଟୀକା କାରଣ, ପରିବାର ନିୟୋଜନ ତଥା ପରିସ୍କାର ପରିଛନତା ଆଦି ତଦାରଖ କରିଥିଲେ I ଏହି ଆକଳନ ରେ ସର୍ବମୋଟ ୯୧.୨୪ % ଅଙ୍କ ରଖି ଧନକଉଡା ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଉତ୍ତୀର୍ଣ ହୋଇ ଏହି ସମ୍ମାନ ଜନକ ଏନ କ୍ୟୁ ଏ ଏସ ପୁରସ୍କାର ପାଇବା ପାଇଁ ହକଦାର ହୋଇଛି I ଏହି ପୁରସ୍କାର ପାଇବା ପରେ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ପୁରସ୍କୃତ ଦଳ ତଥା ନଗର କାର୍ଯ୍ୟକ୍ରମ ପରିଚାଳନା ବିଭାଗ, ସମ୍ବଲପୁର କୁ ଶୁଭେଚ୍ଛା ଜଣାଇଛନ୍ତି I

Exit mobile version