Home ଓଡ଼ିଶା ରାମନାଗୁଡା ପଞ୍ଚାୟତ ସମିତି ସାଧାରଣ ବୈଠକ : ମୌଳିକ ସମସ୍ୟା ସମ୍ପର୍କରେ ଆଲୋଚନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ରାମନାଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ନବମ ସାଧାରଣ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ସମିତି ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ, ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ,ସାଂସଦ ପ୍ରତିନିଧି ଗର୍ଜନା ପ୍ରସାଦ ରାଓ, ଉପାଧ୍ୟକ୍ଷା ଜାନକୀ ନିମାଲା , ସହକାରୀ ନିର୍ବାହୀ ଯନ୍ତ୍ରୀ ଏ ସାନମୁଖା ପାତ୍ର ଭି ପ୍ରମୁଖ ମଞ୍ଚାସୀନ ରହିଥିଲେ। ସହକାରୀ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ମିଶ୍ର ସମସ୍ତ ଅଧିକାରୀ ଓ ଲୋକ ପ୍ରତିନିଧି ସ୍ୱାଗତ କରିବା ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଏହା ପରେ ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନ ସାହୁ ଙ୍କ ଦ୍ଵାରା ପୂର୍ବ ବୈଠକର ବିବରଣୀ ପାଠ କରାଯାଇଥିଲା ।ପଞ୍ଚାୟତ ସମିତି ସାଧାରଣ ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗୀୟ କାର୍ଯ୍ୟପନ୍ଥା ଗୁଡ଼ିକ ଉପସ୍ଥାପନା କରିଥିବା ବେଳେ ତୃଣମୂଳ ସ୍ତରରେ ଉପୁଜିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରାଯାଇଥିଲା । ତେବେ ଏଥିରେ ବିଶେଷ କରି ସ୍ବାସ୍ଥ୍ୟ,ଶିକ୍ଷା,ପରିମଳ, ଜଳଯୋଗାଣ,ଗ୍ରାମ୍ୟ ଉନ୍ନୟନ,ଉଦ୍ୟାନ ବିଭାଗ,ପ୍ରାଣୀ ସମ୍ପଦ ଓ ଶିଶୁ ବିକାଶ,ମତ୍ସ୍ୟ ବିଭାଗ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗକୁ ବର୍ଷା ଋତୁ ର ପ୍ରଭାବ ଥିବା ରୁ ଗ୍ରାମାଞ୍ଚଳରେ ଗୁଡିକରେ କଚ୍ଚା ଘରେ ଯେଉଁ ଲୋକମାନେ ବସବାସ କରୁଛନ୍ତି ସେମାନଙ୍କ ପ୍ରତି ଧ୍ୟାନ ଦେବା ସହ ସେମିତି କିଛିକ୍ଷତି ଘଟିବା ପୂର୍ବରୁ ସମାଧାନ କରିବା ପାଇଁ ତହସିଲଦାର ଶ୍ରୀ ପାଣିଗ୍ରାହୀ ପଞ୍ଚାୟତ ଜନ ପ୍ରତିନିଧି ,କର୍ମଚାରୀ ମାନଙ୍କୁ କହିଥିଲେ। ।ସେହିପରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସଠିକ ଭାବେ କିପରି ହୋଇ ପାରିବ ସେ ସମ୍ପର୍କରେ ଆଲୋଚନା କରିବା ସହିତ ରାମନାଗୁଡା ବ୍ଲକ କୁ ରାଜ୍ୟ ସ୍ତରରେ ଏକ ନମ୍ବର ବ୍ଲକ ଗଢ଼ିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ । ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା ଏବଂ ଉତ୍ତର ପାଇବା ପାଇଁ , ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ ।ସେହିପରି ବିଭିନ୍ନ ବିଭାଗର ଅଧିକାରୀ ମାନେ ନିଜ ନିଜ ବିଭାଗର କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିବା ବେଳେ ବୈଠକ ପ୍ରାରମ୍ଭରେ କୁଜେନ୍ଦ୍ରୀ ସରପଞ୍ଚ ରମେଶ ଶବର ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଟ୍ରମା କେୟାର ସେଣ୍ଟର ଖୁବଶୀଘ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହିତ ପେଣକାମ ପଞ୍ଚାୟତ ରେ ଥିବା ଗଦଗଦା ଜଳ ପ୍ରପାତ ର ଉନ୍ନତି କରଣ ସମ୍ପର୍କରେ ସାଂସଦ ପ୍ରତିନିଧି ଙ୍କୁ ଅବଗତ କରାଇଥିଲେ। ବୈଠକରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ ସଭ୍ୟା ଙ୍କ ସମେତ ପଞ୍ଚାୟତରାଜ ସହକାରୀ ଯନ୍ତ୍ରୀ ପ୍ରତାପ କୁମାର ମିଶ୍ର, ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର କୃଷ୍ନା ନନ୍ଦ ବେହେରା,ଆୟୁଷ ଡାକ୍ତର ଡ:ଭାଗବତ ପ୍ରସାଦ ପାଢ଼ୀ,ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜନ ମଲ୍ଲିକ,ଜଳ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଦୀପ୍ତିରାଣୀ ମୁନି,ବନ ବିଭାଗ ଫରେଷ୍ଟର ଜୟଦେବ ଶବର, ଉଦ୍ୟାନ ବିଭାଗ ଅଧିକାରୀ ଏମ୍ ସୁଚିତ୍ରା,ଅକ୍ଷୟ ପଣ୍ଡା,ମହିଳା ଓ ଶିଶୁ ବିକାଶ ଯୋଜନା ବିଭାଗ ମଣ୍ଡଳ ପରିଦର୍ଶିକା ଭାଗ୍ୟଲଷ୍ମୀ ନାୟକ ,ମତ୍ସ୍ୟ ଅଧିକାରୀ ବର୍ଷା ପାଢ଼ୀ,ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁସ୍ମିତା ରଥ ମିଶନ ଶକ୍ତି ଗୋଷ୍ଠୀ ପ୍ରୋଗ୍ରାମ ସଂଯୋଜକ ଜୟନ୍ତ କୁମାର ସେଠା, ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ରାୟଗଡା, ହୋମ୍ Related Content ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ–୨୦୨୭ : ଯୁବପିଢ଼ିଙ୍କ ପାଇଁ ଜାତୀୟ ସ୍ତରରେ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ by Proprietor Abhimanyu Maharana September 8, 2026 ଜାତୀୟ ଅନସୁଚୀତ ଜନଜାତି ଆୟୋଗ ଙ୍କ ପୁରୀ ଜିଲ୍ଲା ଗସ୍ତ by Proprietor Abhimanyu Maharana September 8, 2026 ଗଞ୍ଜେଇ ସହ ଦୁଇଟି ଦେଶୀ ନିର୍ମିତ ବନ୍ଧୁକ, ବାଇକ ଜବତ : ତିନି କୁଖ୍ୟାତ ଡକାୟତ ଗିରଫ by Proprietor Abhimanyu Maharana September 8, 2026 ସ୍ୱଚ୍ଛ ବାୟୁ ସର୍ବେକ୍ଷଣ ୨୦୨୬ରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା; ରାଉରକେଲା ଓ କଳିଙ୍ଗନଗରକୁ ଜାତୀୟ ସ୍ତରରେ ପ୍ରଥମ ସ୍ଥାନ by Proprietor Abhimanyu Maharana September 8, 2026 Strengthening Odisha’s Power Transmission Infrastructure: A New Era of Confidence in Power System of Odisha by Proprietor Abhimanyu Maharana September 8, 2026 ପାହାଡ଼ ଉପରୁ ଗଳିତ ଝୁଲନ୍ତା ମୃତକଙ୍କ ପରିଚୟ ଚିହ୍ନଟ, ପରିବାରକୁ ହସ୍ତାନ୍ତର ମୃତଦେହ by Proprietor Abhimanyu Maharana September 7, 2026