ରାମନାଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ରାମନାଗୁଡା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନ ଅଧିକାରୀ ସୁନିତା ବେହେରା ଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟରେ ଘଟୁଥିବା ଚୋରି ,ଠକେଇ, ଗୁଣିଗାରେଡି, ସାମାଜିକ ବାସନ୍ଦ, ବାଲ୍ୟବିବାହ ଆଦି କୁସଂସ୍କାର ଆଦି ସମ୍ମୁଖୀନ ହେଉଥିବା ବିଷୟ ରେ ଆଲୋଚନା କରିଥିଲେ ଥାନା ଅଧିକାରୀ କିଭଳି ଏହାକୁ ରୋକି ହେବ ସେ ବିଷୟରେ ସମସ୍ତ ଙ୍କ ମତ ଲୋଡି ବା ସହ ସମସ୍ତଙ୍କୁ ଏହାକୁ ରୋକିବାକୁ ହେଲେ ପ୍ରଥମେ ନିଜେ ସଚେତନତା ରହିବା ଜରୁରୀ ବୋଲି ମତ ଦେଇଥିଲେ।

