ମତିସ୍କ କର୍କଟ ଶିଶୁ ରୋଗୀ କୁ ସହାୟତା ର ହାତ ବଢ଼ାଇଲେ ନୂଆ ଜିଲ୍ଲାପାଳ

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ମା କାନ୍ଦୁଛି | ଆଖିରୁ ଲୁହ ସରୁନି | ବାପ ନିଃସହାୟ ଦିନମଜୁରିଆ | ୭ ବର୍ଷ ର ପୁଅ କୁ ୩ ବର୍ଷ ହେଲାଣି ବ୍ରେନ କ୍ୟାନ୍ସର ରୋଗ ରେ ପୀଡିତ | ବାପ ପୁଅ କୁ କାନ୍ଧରେ ବୋହି ବୋହି ବିଭିନ୍ନ ଡାକ୍ତରଖାନା ରେ ଚିକିତ୍ସା କରି ଏବେ ଅର୍ଥ ଶୂନ୍ୟ | ଶେଷରେ ନୂଆ ଜିଲ୍ଲାପାଳ ଙ୍କ ଜନଶୁଣାଣୀ ଜାଣି ପୁରୀ ଆସିଥିଲା ଗୁହାରି କରିବା ପାଇଁ | ଜିଲ୍ଲପାଳ ଚଞ୍ଚଳ ରାଣା ଅବସ୍ଥା ହୃଦୟଗମ କରି ତୁରନ୍ତ ଜିଲ୍ଲା ରେକ୍ରସ ପାଣ୍ଠି ରୁ ତିରିଶ ହଜାର ଟଙ୍କା ର ଚେକ ପ୍ରଦାନ ପାଇଁ ଆଦେଶ ଦେଲେ | ସଙ୍ଗେ ସଙ୍ଗେ ଆପକାଳୀନ ଅଧିକାରିଣୀ ମନୀଷା ଷଢଙ୍ଗୀ ଉକ୍ତ ଚେକ ପ୍ରଦାନ କରିଥିଲେ |

ଦିବ୍ୟାଙ୍ଗ ସାର୍ଟିଫିକେଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ଆଦେଶ ଦେଲେ | ନୂଆ ଜିଲ୍ଲାପାଳ ଙ୍କ ପ୍ରଥମ ଜନଶୁଣାଣୀ ରେ ଏଭଳି ମହନୀୟତା ଦେଖି ଉପସ୍ଥିତ ବ୍ୟକ୍ତିମାନେ ଖୁସି ବ୍ୟକ୍ତ କରିଥିଲେ | ଏ ସମ୍ପର୍କରେ ବାଲିପଡ଼ା ର ପୂର୍ବତନ ସରପଞ୍ଚ ଚିତ୍ରସେନ ବେହେରା କହିଥିଲେ ମୁଁ ତିରିଶ ବର୍ଷ ଧରି ପଞ୍ଚାୟତ ରେ ରାଜନୀତି କଲାଣି, ଅନେକ ଜିଲ୍ଲାପାଳ ଙ୍କ ପାଖ କୁ ଆସି ସମସ୍ୟା, ଅଭିଯୋଗ ଜଣାଇଛି | ହେଲେ ଏପରି ତୁରନ୍ତ ସହାୟତା ମୁଁ ପ୍ରଥମେ ଦେଖିଲି| ଏହି କାର୍ଯ୍ୟ ପାଇଁ ପଞ୍ଚାୟତ ବାସି ଜିଲ୍ଲାପାଳ ଙ୍କୁ ସାଧୁବାଦ ଜଣାଇଛନ୍ତି |

Exit mobile version