ସରକାରୀ ଆଇ.ଟି.ଆଇ. ଫୁଲବାଣୀରେ ବିଶ୍ୱ ଯୁବ କୌଶଳ ଦିବସ ପାଳିତ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :- ସରକାରୀ ଆଇ.ଟି.ଆଇ. ଫୁଲବାଣୀରେ ବିଶ୍ୱ ଯୁବ କୌଶଳ ଦିବସ ଉତ୍ସାହପୂର୍ଣ୍ଣ ଭାବେ ପାଳିତ ହୋଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ.ଏମ.ସି ଚେୟାରମ୍ୟାନ ଶ୍ରୀ ନୀଳମାଧବ ମିଶ୍ରା ଉପସ୍ଥିତ ଥିଲେ । ସଂସ୍ଥାର ଅଧ୍ୟକ୍ଷ ଇଂ ଶ୍ରୀ ପ୍ରକାଶ ରଞ୍ଜନ ସୋରେନ, ଡାଃ. ନୃସିଂହାନନ୍ଦ ମହାପାତ୍ର (ୱାୟରମ୍ୟାନ ATO) ଓ ଜି.ଆଇ. ଶ୍ରୀ ସତ୍ୟବ୍ରତ ପାଣିଗ୍ରାହୀ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

TPSODL ର 4 ଜଣ ବରିଷ୍ଠ ଲାଇନମ୍ୟାନଙ୍କୁ ରୋଲ୍‌ ମଡେଲ୍‌ ଭାବରେ ସମ୍ମାନିତ କରାଯାଇଛି — ଦିଲିପ କୁମାର ସାହୁ (ଟିକାବାଳି), ଦେବାଶିଷ କୁମାର ସାହୁ (ଫୁଲବାଣୀ), ଅରୁପ ମହାରଣା (ଖଜୁରିପଡା) ଓ ରଞ୍ଜନ କୁମାର ମହାନ୍ତି (ଖଜୁରିପଡା) । ଏହି ଅବସରରେ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାଗ ନେଇଥିଲେ ଓ ମାନ୍ୟନୀୟ ଅତିଥିମାନଙ୍କ ଅନୁଭବ ଓ ପ୍ରେରଣାଦାୟକ କଥାମାନେ ସହିତ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମ କୂ ଟାଟା strive ର କତୃପକ୍ଷ ଶ୍ରୀ ସୋଲମୋନ ସାହୁ ପରିଚାଳନା କରିଥିଲା, ଏବଂ ଶ୍ରୀ ସ୍ମୃତି ରଂଜନ ଦାସ, ଶ୍ରୀ ପ୍ରଶାନ୍ତ ଓରାମ, ଶ୍ରୀ ସୁଧାଂଶୁ ଶେଖର ରାଜ, ଶ୍ରୀ ଭୂଷଣ ନାଗ, ଶ୍ରୀ ପ୍ରଶାନ୍ତ ମିଶ୍ର ସମ୍ପୂର୍ଣ ସହଯୋଗ କରେ thile ସର୍ବଶେଷ ରେ ଅନୁଷ୍ଠାନ ର ବରିଷ୍ଠ ଅଧ୍ୟାପକ ଡାଃ. ନୃସିଂହାନନ୍ଦ ମହାପାତ୍ର ସମସ୍ତ ଙ୍କ ମଙ୍ଗଳା କାମନା କରି ଧନ୍ୟବାଦ ଅର୍ପଣ କରିଥିଲେ I

Exit mobile version