Home ଓଡ଼ିଶା ନଦୀର ଡାଇଭର୍ଶନ ଧୋଇଯିବା ଘଟଣା : ବିଡିଓଙ୍କ ପ୍ରତିଶୃତି ପରେ ବାତିଲ ହେଲା ଆନ୍ଦୋଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡି ନଦୀର ଡାଇଭର୍ଶନ ରାସ୍ତା ଧୋଇଯିବା ଘଟଣାରେ ୩ ପଞ୍ଚାୟତବାସୀ ବୁଧବାର ଠାରୁ ୫୯ ନଂ ଜାତୀୟରାଜପଥର ସିମନବାଡି ପଞ୍ଚାୟତ କାରିପାଙ୍ଗା ଠାରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଥିଲେ। ତେବେ ପ୍ରଶାସନ ତତ୍ପତରତା ହୋଇ ସୋମବାର ଠାରୁ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ମଙ୍ଗଳବାର ସୁଦ୍ଧା ପ୍ରାୟ ପଚାଶ ପ୍ରତିଶତ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ବୁଧବାର ସୁଦ୍ଧା ବର୍ଷା ନ ହେଲେ ମରାମତି କାର୍ଯ୍ୟ ସରିଯିବ ବୋଲି ୩ ପଞ୍ଚାୟତବାସୀଙ୍କୁ କହିଛନ୍ତି ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ଏବଂ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ। ଶୀଘ୍ର ଯାତାୟତ ବ୍ୟବସ୍ଥା କରାଯିବ ଓ ପୁଣି ବର୍ଷା ହେବା ଆଶଙ୍କାରେ ମରାମତି ପରେ ଧୋଇଗଲେ ପୁଣି ବାରମ୍ବାର ମରାମତି କରାଯିବାକୁ ପ୍ରତିଶୃତି ଦେବା ପରେ ୩ ପଞ୍ଚାୟତବାସୀ ଆନ୍ଦୋଳନକୁ ସ୍ଥଗିତ ରଖିଥିବା ଆଞ୍ଚଳିକ କମିଟିର ଆବାହକ ତଥା ବୁଡ଼ାଗୁଡା ସରପଞ୍ଚ ତାତୁରା ପ୍ରଧାନ ସୂଚନା ଦେଇଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ନୋଭୋଟେଲ ଭୁବନେଶ୍ୱର ଜନପଥର ଗ୍ରାଣ୍ଡ ଶୁଭାରମ୍ଭ by Proprietor Abhimanyu Maharana September 24, 2026 ଜଟଣୀ ଗଣେଶ ପୂଜାରେ ସନ୍ଧ୍ୟା ଆଳତି କଲା"ମୋ ପରିବାର" by Proprietor Abhimanyu Maharana September 24, 2026 ‘ଦମନ’ ଅଭିଯାନରେ ଅପରାଧୀ ଓ ଅସାମାଜିକଙ୍କ ବିରୋଧରେ କଡ଼ା ପଦକ୍ଷେପ by Proprietor Abhimanyu Maharana September 24, 2026 ଭୂମି ଅଧିକାର ଓ ବସ୍ତି ଉଛେଦ ବନ୍ଦ କରିବା ଦାବିରେ ମିଳିତ ମଞ୍ଚ ପକ୍ଷରୁ ବିଶାଳ ବିକ୍ଷୋଭ by Proprietor Abhimanyu Maharana September 24, 2026 ଲୋକଙ୍କ ଜୀବନର ସୁରକ୍ଷା ପାଇଁ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ପାଇଁ ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ,୩୩ ଓଡ୍ରାଫ୍ ଟିମ୍ ମୃତୟନ by Proprietor Abhimanyu Maharana September 24, 2026 ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି by Proprietor Abhimanyu Maharana September 24, 2026