Home ଓଡ଼ିଶା ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ଆମ ଓଡିଶା ପକ୍ଷରୁ ରକ୍ତଦାନ ଶିବିର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ରକ୍ତଦାନ ମହାପୁଣ୍ୟ ଓ ରକ୍ତଦାନ ଜୀବନ ଦାନ। ଆଜିର ଦିନରେ ସମଗ୍ର ଓଡ଼ିଶାରେ ରକ୍ତ ହୀନତା ଜନିତ ରୋଗୀ, ମାତୃତ୍ଵ ଲାଭ କରୁଥିବା ମହିଳା, ଜୀବନର ଅପରାହ୍ନରେ ଉପନୀତ ବ୍ୟକ୍ତି , ସିକଲିନ୍ ପୀଡିତ ରୋଗୀ, ଦୁରାରୋଗ୍ୟ ବ୍ୟାଧି ରେ ପୀଡିତ ରୋଗୀ ଓ ଅପ୍ରତ୍ୟାଶିତ ଦୁର୍ଘଟଣା ର ଶିକାର ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ରକ୍ତର ଆବଶ୍ୟକତା ଥିବା ବେଳେ , ସଠିକ୍ ସମୟରେ ରକ୍ତ ଭଣ୍ଡାର ରେ ରକ୍ତର ଅଭାବ ରହୁଛି । ରକ୍ତ ଭଣ୍ଡାରରେ ରକ୍ତର ଅଭାବ ପୂରଣକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ଦଶପଲ୍ଲାର ଅଗ୍ରଣୀ ସେବା ସଂଗଠନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ଓ ଆମ ଓଡିଶା ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ମଣୀନାଗ ବହୁମୁଖୀ ଜୁନିୟର ମହାବିଦ୍ୟାଳୟ ଟାକରା ପରିସରରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ସମୁଦାୟ ୨୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ସ୍ବେଛାକୃତ ଭାବରେ ଶ୍ରୀମନ୍ତ କୁମାର ସାହୁ, ସନ୍ଦୀପ କୁମାର ମାଝୀ,ପ୍ରାଣକୃଷ୍ଣ ମହାପାତ୍ର,ସୁମନ୍ତ କୁମାର ଯାନୀ,ସିମରନ ହୋତା,ଶିବାନୀ ଦୀପାଞ୍ଜଳି, ଚନ୍ଦ୍ରଶେଖର ନାଏକ,ରଂଜିତ ଜେନା,ଧର୍ମେନ୍ଦ୍ର କୁମାର ସାହୁ,ବିଷ୍ଣୁପ୍ରସାଦ ପଟ୍ଟନାୟକ,ରଜନୀରାଣୀ ପ୍ରଧାନ,ସରୋଜିନୀ ସାହୁ,ରାଜକିଶୋର ବେହେରା,ଭୋଳେଶ୍ୱର ସାହୁ,ସନ୍ତୋଷ କୁମାର ସାହୁ, ଅରୁଣ କୁମାର ଜେନା,ଚନ୍ଦନେଶ୍ୱର ଦାସ, ପ୍ରତାପ ଚନ୍ଦ୍ର ଦଳବେହେରା, ସଂଗୀତା ନାୟକ,ନିହାର ରଞ୍ଜନ ମହାନ୍ତି,ନିବେଦିତା ନାୟକ, ସନ୍ତୋଶିନୀ ସାହୁ ପ୍ରମୁଖ ରକ୍ତଦାତା ଉପସ୍ଥିତ ରହି ମାନବ ସମାଜର ମଂଗଳ ପାଇଁ ରକ୍ତଦାନ କରିଥିଲେ । ଆଜିର ଏହି ଶିବିରରେ ବହୁ ମହିଳା ରକ୍ତଦାତା ରକ୍ତଦାନ କରିବା ଦେଖିବାକୁ ମିଳିଥିଲା ।ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଟ୍ରଷ୍ଟି (ଚେୟାରମ୍ୟାନ) ପ୍ରିୟବ୍ରତ ଆଚାର୍ଯ୍ୟଙ୍କ ସହିତ ସଭ୍ୟ ସନ୍ତୋଷ କୁମାର ସାହୁ, ସମ୍ବିତ ଭଟ, ନାରାୟଣ ସାହୁ, ସନ୍ତୋଷ ମୁଦୁଲି, ବିଦ୍ୟାଧର ମୁଦୁଲି, ମନ୍ମଥ ସାହୁ, ଛବିରାଜ ସାହୁ ଙ୍କ ସମେତ ପରାମର୍ଶଦାତା କମିଟି ସଭ୍ୟ ରତ୍ନାକର ହୋତା, ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଆମ ଓଡିଶା ତରଫରୁ ପ୍ରଫୁଲ୍ଲ କୁମାର ପଣ୍ଡା, ସମାଜସେବୀ ପ୍ରଫୁଲ୍ଲ ଦାସ ଉପସ୍ଥିତ ଥିଲେ। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026 ‘ଗୋ-ଧନ’ ଜରିଆରେ ଓଡ଼ିଶାର ଦୁଗ୍ଧଚାଷୀଙ୍କୁ ସଶକ୍ତ କରିବ ହଟ୍ସନ୍ ଏଗ୍ରୋ by Proprietor Abhimanyu Maharana September 28, 2026 HATSUN AGRO PRODUCT LTD. PARTNERS WITH GOVERNMENT OF ODISHA AND STATE BANK OF INDIA TO LAUNCH ‘GO-DHAN’ TO EMPOWER DAIRY FARMERS by Proprietor Abhimanyu Maharana September 28, 2026