Home ଓଡ଼ିଶା ପୁରୀ ଜିଲ୍ଲାରେ ବାର୍ଡ ଫ୍ଲୁ ଲାଗିଥିବା ଅଞ୍ଚଳ ପରିଦର୍ଶନ ସହ ସମୀକ୍ଷା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ବଡ଼ ଆଙ୍କୁଲା ଗାଁରେ କୁକୁଡ଼ାମାନଙ୍କୁ ବାର୍ଡ ଫ୍ଲୁ ରୋଗ ଲାଗିଥିବା ଜାତୀୟ ଉଚ୍ଚ ସୁରକ୍ଷା ପ୍ରାଣିରୋଗ ପ୍ରତିଷ୍ଠାନ, ଭୋପାଳ ଜୁଲାଇ ୧୧ ତାରିଖ ଦିନ ନିଶ୍ଚିତ କରିଛି । ଖବର ପାଇବା କ୍ଷଣି ରାଜ୍ୟ ସରକାର ଏହି ରୋଗ କିପରି ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ ଓ ରୋଗର ନିରାକରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ଅଞ୍ଚଳକୁ ଗସ୍ତ କରି ରୋଗ ଲାଗିଥିବା ଅଞ୍ଚଳର ସ୍ଥିତି ସମୀକ୍ଷା କରିଛନ୍ତି । ଶ୍ରୀ ମଲ୍ଲିକ ରୋଗ ନିୟନ୍ତ୍ରଣ ବିଷୟରେ ସମୀକ୍ଷା କରି କ୍ଷେତ୍ର ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ମଲ୍ଲିକ ଗଣମାଧ୍ୟମକୁ କହିଛନ୍ତି ଯେ, ରୋଗ ଲାଗିଥିବା ଅଞ୍ଚଳରେ କୁକୁଡ଼ା ମରା, ବିଶୋଧନ, ପରିଷ୍କାର ପରିଚ୍ଛନ୍ନତା ଓ ରୋଗ ନିୟନ୍ତ୍ରଣ ପାଇଁ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ତରଫରୁ ୭ ଗୋଟି ରାପିଡ ରେସପନ୍ସ ଦଳ ଗଠନ କରାଯାଇଛି । ୧୨ ଜୁଲାଇ ୨୦୨୫ ଠାରୁ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ରାପିଡ ରେସପନ୍ସ ଦଳ ଗୁଡିକୁ ସ୍ବତନ୍ତ୍ର ତାଲିମ ପ୍ରଦାନ କରାଯାଇଛି ଏବଂ ବିଶେଷଜ୍ଞ ପ୍ରାଣିଚିକିତ୍ସକ ମାନେ ଏହାର ତଦାରଖ କରୁଛନ୍ତି । ୧୨ ଓ ୧୩ ଜୁଲାଇ ଦୁଇ ଦିନ ଧରି ରୋଗ ଲାଗିଥିବା ସ୍ଥାନର ଏକ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ୬,୭୫୬ କୁକୁଡ଼ାଙ୍କୁ ମାନବୀୟ ପଦ୍ଧତିରେ ମରାଯାଇଛି । ଏହି କାର୍ଯ୍ୟ ଅତି ଶୀଘ୍ର ସମାପନ କରାଯାଇ ଜୈବ ସୁରକ୍ଷା ନିୟମ ଅନୁଯାୟୀ ମରାଯାଇଥିବା କୁକୁଡାଙ୍କୁ ବୈଜ୍ଞାନିକ ପଦ୍ଧତିରେ ଗଭୀର ଗାତ ଖୋଳି ଚୂନ ଦେଇ ପୋତି ଦିଆଯାଇଛି । ଭାରତ ସରକାରଙ୍କ ତରଫରୁ ଜାରି ନିୟମାବଳୀ ଅନୁଯାୟୀ କୁକୁଡ଼ା ମରା ଯାଇଥିବା କୁକୁଡାପାଳକଙ୍କ ଜୀବିକା ଓ ରୋଜଗାର ନିଶ୍ଚିତ କରିବାକୁ ଦୁଇ ଦିନ ମଧ୍ୟରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ରୋଗ ଲାଗିଥିବା ସ୍ଥାନର ୧୦ କିଲୋମିଟର ବ୍ୟାସାର୍ଦ୍ଧ ଅଞ୍ଚଳରେ ଜୈବ-ସୁରକ୍ଷା ପଦକ୍ଷେପ କଡାକଡି ଗ୍ରହଣ କରାଯାଇଛି । ଏହି ଅଞ୍ଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ରୋକିବାକୁ କୁକୁଡ଼ା ଫାର୍ମ ଗୁଡିକରେ ଯାନବାହାନ ଯିବାଆସିବାକୁ ନିୟନ୍ତ୍ରଣ କରାଯାଇଛି ଓ ବିଶୋଧନ ପ୍ରକ୍ରିୟା ଜାରି ରହିଛି । କୁକୁଡ଼ାପାଳନ କ୍ଷେତ୍ରକୁ ଆବଶ୍ୟକୀୟ ଗୁରୁତ୍ବ ପ୍ରଦାନ, କୁକୁଡ଼ା ପାଳକଙ୍କ ସ୍ଵାର୍ଥ ଓ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବାର୍ଡ ଫ୍ଲୁ ନିୟନ୍ତ୍ରଣ ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି । ମନ୍ତ୍ରୀଙ୍କ ଗସ୍ତ ସମୟରେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏବଂ ରାଜ୍ୟ ଓ ଜିଲ୍ଲା ସ୍ତରୀୟ ପ୍ରାଣିସମ୍ପଦ ଅଧିକାରୀମାନେ ଉପସ୍ଥିତ ଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026