Home ଓଡ଼ିଶା ପାଦଚଲା ଧୂଳି ମ୍ୟାଟ ତଳେ ମହାପ୍ରଭୁ ବନ୍ଧା, ବିକଳ ଦୃଶ୍ୟ, ଭକ୍ତ ଅସନ୍ତୋଷ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପାଦ ଚଲା ଧୂଳି ମ୍ୟାଟ ଗୁଡ଼ାଯାଇ ଭିତରେ ଶ୍ରୀବିଗ୍ରହ ବନ୍ଧା ହୋଇ ପଡିରହିଥିବା ଦେଖିବାକୁ ମିଳିଛି | ଖୋଦ ଶ୍ରୀଜଗନ୍ନାଥ ଙ୍କ ପ୍ରମୋଦ ଉଦ୍ୟାନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଙ୍ଗ ଘରେ| ନିଜ ବଗିଚାରେ ବନ୍ଧା ପଡିଛନ୍ତି ମହାବାହୁ | ଏହି ବିକଳ ଦୃଶ୍ୟ ତୀର୍ଥଯାତ୍ରୀ, ପାର୍ଯ୍ୟଟକ, ଶ୍ରଦ୍ଧାଳୁ ଓ ଜଗନ୍ନାପ୍ରେମୀ ଙ୍କୁ ଆଘାତ ଦେଇଛି | କିଏ ଏମିତି ଅବସ୍ଥା କରିଛି, କିଏ ଏଠି ଚବିଶି ବେଶଧାରୀ ପ୍ରଭୁ ଙ୍କୁ ରଖିଥିଲା | ସନମାନ ର ସହ କାହିଁକି ରଖିଲେନି, କାହା ଦାଇତ୍ୱ ରେ ଥିଲା, କାହା ନିର୍ଦେଶ ରେ ଏପରି କରାଯାଇଛି ତାକୁ ଚିହ୍ନଟ କରିବାପାଇଁ ଭକ୍ତ ଦାବୀ କରିଛନ୍ତି | ବନ୍ଧା ପଡିଛନ୍ତି ଶ୍ରୀବିଗ୍ରହ l ଧାର୍ମିକ ସହର ପୁରୀ ରେ ପ୍ରଭୁ ଙ୍କ ଏଭଳି ସ୍ଥିତି ଦେଖି ରାଜ୍ୟ ବାହାର ଭକ୍ତ ଚିନ୍ତା ପ୍ରକଟ କରିଛନ୍ତି | ଏତେ ଦିନ ପର୍ଯ୍ୟନ୍ତ ଦୃଷ୍ଟି ଆଢୁଆଳ ରେ କିପରି ଥିଲେ ତାକୁ ନେଇ ଚର୍ଚ୍ଚା ଚାଲିଛି | ଦାୟିତ୍ୱ ରେ ଥିବା ବ୍ୟକ୍ତି ଙ୍କ ଗର୍ବ, ଅହଂକାର ଉଦ୍ଧତ ପଣିଆ ସୀମା ଟପିଲାଣି ବୋଲି ଶ୍ରଦ୍ଧାଳୁ କହୁଛନ୍ତି | ପ୍ରଶାସନ କୁ ଲଗା ନାହିଁ ଏଣେ ଜଗା ବେକରେ ପଘା ପଡିବା ପରି ଦୃଶ୍ୟ ଦେଖିବାକୁ ମିଳିଛି ବୋଲି ସେଠା ଦର୍ଶଜ କହିଛନ୍ତି | ପ୍ରମୋଦ ଉଦ୍ୟାନ ରେ ପାର୍କିଙ୍ଗ ଯୋଗୁଁ ହଜାର ହଜାର ଭକ୍ତ ଏ ଦୃଶ୍ୟ ଦେଖୁଛନ୍ତି | ଚକା ଆଖି ରେ ଧୂଳି ଚଢି ଗଲାଣି | ଏହାଦେଖି ଜଣେ ଭକ୍ତ ପ୍ରଭୁ ଙ୍କୁ ପୋଛୁ ଥିବା ଦେଖିବାକୁ ମିଳିଥିଲା | ପ୍ରଭୁ ଶ୍ରୀଜଗନ୍ନାଥ ଙ୍କୁ ନେଇ ରାଜନୀତିକରଣ ବନ୍ଦ ପାଇଁ ଶ୍ରଦ୍ଧାଳୁ ଦାବୀ କଲେଣି | ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ମା ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ଏମିତି ପଚିଶି ସେଟ ମୂର୍ତ୍ତି ଏଣେତେଣେ ପଡ଼ିରହିଛି | କେତେକ ମୂର୍ତ୍ତି ଙ୍କ ଶ୍ରୀଅଙ୍ଗ ଫାଟିବାକୁ ଲାଗିଲାଣି | ପ୍ରଭୁଙ୍କୁ ଅସନମାନ, ମଞ୍ଚା ଉପରେ ବସି ରଥପହଣ୍ଡି ଦେଖିବା, ଭକ୍ତ ନ ହୋଇ ଭି ଆଇ ପି ଦେଖାଇବା ଯୋଗୁଁ ରଥଯାତ୍ରା ରେ ଅଘଟଣ ଘଟିଲା ବୋଲି ଭକ୍ତ କହୁଛନ୍ତି |ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାପାଇଁ ଦାବୀ ହେଉଛି | Categories: ଓଡ଼ିଶା, ପୁରୀ, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026