ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ସରକାରଙ୍କ ନିର୍ଦ୍ଧାରିତ ଓଜନ ଠାରୁ ଲୋକଙ୍କୁ ଭୁଆଁ ବୁଲାଇ କମ୍ ଓଜନର ମାଣ୍ଡିଆ ବଣ୍ଟନ କରୁଥିଲେ ଯୋଗାଣ ସହାୟକ । ତାତିଲେ ଜନସାଧାରଣ, ପଞ୍ଚାୟତରେ ହଙ୍ଗାମା ପରେ ନିଜ ଭୁଲ ମାନିଲେ ଯୋଗାଣ ସହାୟକ। କମ ଓଜନର ମାଣ୍ଡିଆ ଆଣି ସମାନ ଓଜନର ମାଣ୍ଡିଆ ବଣ୍ଟନ କଲେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଳକର ଚାନ୍ଦିପୁଟ ଗ୍ରାମପଞ୍ଚାୟତରେ । ସରକାରଙ୍କ ଖାଉଟି କଲ୍ୟାଣ ବିଭାଗ ତରଫରୁ ଗଜପତି ଜିଲ୍ଲା ର ଚାନ୍ଦିପୁଟ ଗ୍ରାମପଞ୍ଚାୟତରେ ପ୍ରତି ହିତାଧିକାରୀମାନଙ୍କ କାର୍ଡ ପିଛା ୧.୭୫୦ ଗ୍ରାମ ମାଣ୍ଡିଆ ଯୋଗାଣ ବ୍ୟବସ୍ଥା କରାଯାଇଛି । ହେଲେ ଯୋଗାଣ ସହାୟକ ବଦ୍ରିନାଥ ନାୟକ ଜାଣିଶୁଣି ଅଖା ଓଜନ କାଟୁଥିବା କହି ଖାଉଟି ମାନଙ୍କୁ କାର୍ଡ ପିଛା ଆନୁମାନିକ ୧ କେଜି ର ମାଣ୍ଡିଆ ଯୋଗାଣ କରୁଥିଲେ ।

