ଦାସିଆ ଅଜାଙ୍କ ୧୧୮ ତମ ଜୟନ୍ତୀ ପାଳିତ

ନୂଆଗାଁ (ଓଡ଼ିଶା ତାଜା ନ୍ୟୁଜ୍)   :-  ଐତିହାସିକ ପାଠାଗାର ସଂଗ୍ରହାଳୟ ଆନ୍ଦୋଳନ ର ପ୍ରତିଷ୍ଠାତା ପ୍ରଖ୍ୟାତ ସଂଗ୍ରାହକ,ସାରସ୍ଵତ ସାଧକ ଦାଶରଥି ପଟ୍ଟନାୟକ( ଦାସିଆ ଅଜା)ଙ୍କ ୧୧୮ ତମ ଜୟନ୍ତୀ ଦାସିଆ ଅଜାଙ୍କ ପୀଠ ନୂଆଗାଁ ବ୍ଲକ୍ ଉଦୟପୁର ଠାରେ ପ୍ରତିଷ୍ଠିତ ପାଠାଗାର ସଂଗ୍ରହାଳୟ ପରିସରରେ ଦାସିଆ ଅଜାଙ୍କ ନାତି ତଥା ଅନୁଷ୍ଠାନ ର ସମ୍ପାଦକ ଦୀପକ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ନିରାଡ଼ମ୍ବର ଭାବରେ ପାଳିତ ହୋଇଯାଇଛି। ଦାସିଆ ଅଜାଙ୍କ ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ପୁଷ୍ପ ,ଧୂପ , ଗଙ୍ଗାଜଳ, ମାଲ୍ୟାର୍ପଣ ସହିତ , ପ୍ରାର୍ଥନା ସଭା,ଭାଗବତ , ଗୀତାପାଠ, ନାମ ସଂକୀର୍ତ୍ତନ,ଭଜନ ଜଣାଣ,ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦ୍ବାରା ଦାସିଆ ଅଜା ଓ ସହ ଧର୍ମିଣି ପୌର୍ଣ୍ଣ ମାସି ଦେବୀ ଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରଯାଇଥିଲା।

ଦାସିଆ ଅଜା ଆମର ରହେ ଓ ଦାସିଆ ଅଜା କୋଟି ପ୍ରଣାମ ଘେନ ସ୍ଲୋଗାନ ରେ ଅନୁଷ୍ଠାନ ପରିବେଶ ପ୍ରକମ୍ପିତ ହୋଇଥଲା। ଦାସିଆ ଅଜାଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳୀ ପ୍ରଦାନ ପାଇଁ ଦାସିଆ ଅଜାଙ୍କ ସାଧନା ପୀଠ ରେ ଦିନ ତମାମ ଜନ ଗହଳି ଲାଗିରହିଥିଲା।ସେ ୧୯୫୯ ମସିହାରେ ବାଞ୍ଛାନିଧି ପାଠାଗାର,୧୯୭୩ ମସିହାରେ ଶ୍ରୀ ଅରବିନ୍ଦ ସଂଗ୍ରହାଳୟ ଏବଂ ୧୯୭୫ ମସିହାରେ ଯଦୁମଣି ସାହିତ୍ୟ ସଂସଦ ପ୍ରତିଷ୍ଠା କରିଥିଲେ।୧୯୯୭ ମସିହା ସେପ୍ଟେମ୍ବର ୧୨ ତାରିଖରେ ନିଜ ଗ୍ରାମରେ ଇହଲୀଳା ସମ୍ବରଣ କରିଥଲେ। ଦାସିଆ ଅଜାଙ୍କ ଜୟନ୍ତୀ ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ପ୍ରଭାତୀ ପରିଡ଼ା ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ,ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ନୟାଗଡ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲ ଓ ଓଡ଼ିଶାର ଅନେକ ବିଶିଷ୍ଠ ବ୍ୟକ୍ତି ବିଶେଷ ଓ ବୁଦ୍ଧିଜୀବୀ ମାନେ ଟୁଇଟ୍ ଯୋଗେ ଦାସିଆ ଅଜାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ।

Exit mobile version