ଦନ୍ତା ଆକ୍ରମଣରେ ବନ ବିଭାଗ କର୍ମଚାରୀ ଗୁରୁତର ଅବସ୍ଥାରେ ଟାଙ୍ଗୀ ମେଡିକାଲରରୁ ଏବେ ଏମ୍ସ ମେଡିକାଲରେ ଚିକିତ୍ସିତ

ଟାଙ୍ଗୀ (ଓଡ଼ିଶା ତାଜା ନ୍ୟୁଜ୍)  :- ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ରେଞ୍ଜ କେନ୍ଦୁଆ ଠାରେ ହାତୀ କୁ ଘଉଡ଼ାଇବା ବେଳେ   ବୁଲି ପଡି  ବନ କର୍ମଚାରୀ ଙ୍କୁ ଆକ୍ରମଣ କଲା ଦନ୍ତା।ଦନ୍ତା ଆକ୍ରମଣ ରେ   ବନ କର୍ମଚାରୀ   ଗୁରୁତର,, ଗୁରୁତର ଅବସ୍ଥା ରେ ବନ କର୍ମଚାରୀଙ୍କୁ ଉଦ୍ଧାର କରି ଟାଙ୍ଗୀ  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରା ଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରା ଯାଇଛି। ଗୁରୁତର ବନ କର୍ମଚାରୀଙ୍କର ନାମ ବସନ୍ତ ମାଝୀ ୫୭ ବର୍ଷ ଘର  ପଟିଆ ଗ୍ରାମରେ ।

ସେ ଟାଙ୍ଗୀ ବନ ବିଭାଗ ରେ ହାତୀ  ସାଥୀ ଭାବେ କାର୍ଯ୍ୟ କରୁଥିଲେତାଙ୍କର ମେରୁ ହାଡ଼ ରେ ଗଭୀର ଆଘାତ ଲାଗିବ ସହ ବାମ ଗୋଡ଼ ସମ୍ପୂର୍ଣ ଭାଙ୍ଗି ରୁଜି  ଚୂରମାର ହୋଇ ଯାଇଅଛି।କେନ୍ଦୁଆ ଗ୍ରାମରେ ଚାଷୀ ବଗୁଲି ମହାନ୍ତି ଙ୍କର ଫସଲ ନଷ୍ଟ କରୁଥିବା ଖବର ପାଇ ହାତୀ ଘଉଡ଼ାଇବା  କୁ ଯାଇଥିଲେ ବନ କର୍ମଚାରୀ ।

ଏମ୍ସ ମେଡିକାଲ ରେ ବେଡ଼ ମିଳୁ ନଥିବାରୁ ଗୁରୁତର ବନ କର୍ମଚାରୀଙ୍କର ଚିକିତ୍ସା ଆଗେଉ ପାରୁ ନାହିଁ,, ଫଳରେ ବସନ୍ତ ମାଝିଙ୍କ ପରିବାର  ଲୋକେ ଚିନ୍ତା ରେ ପଡିଛନ୍ତି । ତେଣୁ ଗୁରୁତର ବସନ୍ତ ମାଝୀଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାପାଇଁ ପଟିଆ ଗ୍ରାମ ପଂଚାୟତ ର ପୂର୍ବତନ ସରପଞ୍ଚ ବେଣୁଧର ରଣା  ରାଜ୍ୟ ସରକାର ଙ୍କୁ ନିବେଦନ କରିଛନ୍ତି ।

Exit mobile version