ବାଲିଗୁଡ଼ା (ଓଡ଼ିଶା ତାଜା ନ୍ୟୁଜ୍) :- ସାଧା ପୋଷାକଧାରୀ ପୋଲିସକୁ ଅପହରଣକାରୀ ଭାବି ନିର୍ଦ୍ଧୁମ ମାଡ଼ ମାରିଲେ ସାଧାରଣ ଲୋକେ । ଶେଷରେ ତୂମୁଡ଼ିବନ୍ଧ ପୋଲିସକୁ ଡାକି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ କୁର୍ତ୍ତମଗଡ଼ ଅଞ୍ଚଳରେ । ସୂଚନା ପ୍ରକାରେ ଜଣେ ଅପରାଧୀ ବାଲିଗୁଡ଼ା ଥାନା ଅଞ୍ଚଳରେ ଲୁଚି ରହିଥିବା ମୋବାଇଲ୍ ନମ୍ବର୍ ଟ୍ରାକିଂ ଦ୍ବାରା ଜାଣିବାକୁ ପାଇଥିଲା କଳାହାଣ୍ଡି ଜିଲ୍ଲା ପୋଲିସ୍ । ଗତକାଲି ସାଧା ପୋଷାକରେ ତିନିଜଣ ପୋଲିସ୍ ଏକ ଘରୋଇ କାର୍ ରେ ମୋବାଇଲ୍ ଫୋନ୍ ନମ୍ୱର୍ ଲୋକେସନ୍ ଟ୍ରାକିଂ କରିଥିବା ବାଲିଗୁଡ଼ା ଥାନା ଅନ୍ତର୍ଗତ ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଅଞ୍ଚଳରେ ପହଁଚିବା ପରେ ନିଜ ପରିଚୟ ଲୁଚାଇ ସମ୍ପୃକ୍ତ ଅପରାଧିକୁ ଫୋନ୍ କରି ଡାକିଥିଲା ପୋଲିସ୍ ।
