Home ଓଡ଼ିଶା ମେଟ୍ରନ୍ ଦିଦି ପାରାସିଟାମଲ୍ ଟାବ୍ଲେଟ୍ ଦେଇ ପରିମଳ ଆଦର୍ଶ ବିଦ୍ୟାଳୟ ଛାତ୍ରୀଙ୍କ ମୃତ୍ୟୁ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ପରିମଳ ଆଦର୍ଶ ବିଦ୍ୟାଳୟ ଠାରେ ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥିବା ଛାତ୍ରୀ ଅର୍ଚିତା ରଇତ ଙ୍କ ସ୍ୱାସ୍ଥ୍ୟ ହଟାତ ଅସୁସ୍ଥ ହୋଇଥିଲା। ବିନା ମେଡିକାଲ ଚେକାପ ମେଟ୍ରୋନ ଦିଦି ଛାତ୍ରୀ ଙ୍କୁ ପାରା ସିଟାମ ଟାବଲେଟ ଖାଇବାକୁ ଦେଲାପରେ। ଛାତ୍ରୀ ତତକ୍ଷଣି ମୁର୍ଚ୍ଚିତ ଅବସ୍ଥାରେ ପଡିରହିଥିଲେ। ପରିବାର ଲୋକେ ଘରକୁ ନେବାସମୟରେ ଅଧା ରାସ୍ତରେ ଛାତ୍ରୀ ଙ୍କ ମୃତୁ। ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ପରିମଳ ପଞ୍ଚାୟତ ଆଦିବାସୀ ଉପାନ୍ତ ଅଞ୍ଚଳ ରେ ଏକ ଆଦର୍ଶ ବିଦ୍ୟାଳୟ ଉପସ୍ଥିତ। ଏହି ବିଦ୍ୟାଳୟ ରେ ଏକ ମୁର୍ମୁତ ଘଟଣା ଦେଖିବାକୁ ମିଳିଛି।ଏହି ବିଦ୍ୟାଳୟ ରେ 206 ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି ଏବଂ 14 ଶିକ୍ଷକ ଓ ଶିକ୍ଷୟତ୍ରୀ ଏଠାରେ ବର୍ତ୍ତମାନ ପିଲାମାନଙ୍କୁ ପାଠ ପଢ଼ାନ୍ତି। ତହିଁ ମଧ୍ୟ୍ୟରୁ ଅଷ୍ଟମଶ୍ରେଣୀ ରେ ପାଠ ପଢ଼ୁଥିବା ଛାତ୍ର ଓ ଛାତ୍ରୀ 40 ଜଣ ମଧ୍ୟରୁ 26ଜଣ ଛାତ୍ର ଏବଂ 14ଜଣ ଛାତ୍ରୀ ପାଠ ପଢୁଥିଲେ। ସେଥିମଧ୍ୟ୍ୟରୁ ହଷ୍ଟେଲ ରେ ରହୁଥିବା ଅଷ୍ଟମ ଶ୍ରେଣୀ ପାଠ ପଢ଼ୁଥିବା ଛାତ୍ରୀ ଅର୍ଚ୍ଚିତା ରଇତ ଙ୍କ ସ୍ୱାସ୍ଥ୍ୟ ହଟାତ ଅସୁସ୍ଥ ହୋଇ ଯାଇଥିଲେ। ତିନିଦିନ ଅସୁସ୍ଥ ଅବସ୍ଥା ରେ କଲବଲ ହୋଇ ହଷ୍ଟେଲ ରେ ପଡି ରହିଥିଲେ।ଏହି କଲବଲ ଛାତ୍ରୀଙ୍କ ସ୍ୱାସ୍ଥ୍ୟ ବୁହୁତ ଅସୁସ୍ଥ ହୋଇ ଯାଇଥିଲା। ବୁହୁତ ଅସୁସ୍ଥ ହେଲାପରେ ସୁପେରଟେଣ୍ଡେନ ଦିଦିମୁକ୍ତ ଦେବି ସାୟା ବିଦ୍ୟାଳୟ ର ପ୍ରିନସିପାଲ ରୁଷି ଦଳାଇ ଙ୍କୁ ଛାତ୍ରୀ ଙ୍କ ଅସୁସ୍ଥତା ଜଣାଇଥିଲେ। କିନ୍ତୁ ଛାତ୍ରୀକୁ ମେଡିକାଲ ଚେକାପ କରିବାକୁ ନେଇନଥିଲେ। ସେହି ଅସୁସ୍ଥ ପଡି ରହିଥିବା ଛାତ୍ରୀଙ୍କୁ ମେଟ୍ରୋନ ଦିଦି ଜୁଆନି ଭୂୟାଁ ଛାତ୍ରୀଙ୍କୁ ପାରା ସିଟାମ୍ 500mg ଟାବଲେଟ ଖାଇବକୁ ଦେଇଥିଲେ। ସେହି ଟାବଲେଟ ଛାତ୍ରୀ ଖାଇଲା ପରେ ତତକ୍ଷଣି ମୁର୍ଚ୍ଚିତ ଅବସ୍ଥାରେ ପଡିରହିଥିଲେ। ଛାତ୍ରୀ ଙ୍କ ବହୁତ ଅସୁସ୍ଥ ଦେଖି ହଷ୍ଟେଲ ଷ୍ଟାପ ଛାତ୍ରୀଙ୍କ ପରିବାର ଙ୍କୁ ଫୋନ ମାଧ୍ୟ୍ୟମରେ ଅସୁସ୍ଥତା ଖବର ଜାଣିଇଥିଲେ। ସିହି ଖବର ଶୁଣି ଛାତ୍ରୀ ଙ୍କ ମା ଏବଂ ଅଜା ତୁରନ୍ତ ହଷ୍ଟେଲରେ ପହଁଚିଥିଲେ। ଏବଂ ପିଲାଙ୍କ ମୁର୍ଚ୍ଛା ଅବସ୍ଥାରେ ଚଟାଣ ତଳେ ପଡିରହିଥିବା ଦେଖି ଛାତ୍ରୀ ଙ୍କ ମା ପିଲାଙ୍କୁ ଟେକି ନପାରି ଘୋଷାଡ଼ି ଟାଣି ଆଣିଥିଲେ।ଏବଂ ପିଲା ଙ୍କୁ ନିଜେ କଷ୍ଟରେ ଟେକି ମଟର ସାଇକେଲ ବସାଲେ ଏବଂ ନିଜ ଘରକୁ ନେବା ସମୟରେ ଛାତ୍ରୀ ଅର୍ଚ୍ଚିତା ରଇତ ଙ୍କ ଅଧା ରାସ୍ତାରେ ତାଙ୍କର ମୃତୁ ବରଣ ହୋଇଥିଲା। ମୃତଦେହ ଙ୍କୁ ଛାତ୍ରୀଙ୍କ ମା ନିଜ ଘରକୁ ବା ଗ୍ରାମ ସର୍ଗିସାହି ନେଇଯାଇଥିଲେ। ଏହି ଗ୍ରାମ ନୂଆଗଡ ବ୍ଲକ ସମ୍ବଲପୁର ପଞ୍ଚାୟତ ରେ ଅବସ୍ଥିତ। ଛାତ୍ରୀ ଙ୍କ ଶବ ଘରେ ପହଁଚିବାପରେ। ମୃତ ଛାତ୍ରୀଙ୍କ ବାପା ଓ ମା ତୁରନ୍ତ ବିଦ୍ୟାଳୟ ପ୍ରିନସିପାଲ ଙ୍କୁ ବାରମ୍ବାର ଫୋନ କୋଲ୍ଲ କଲେ କିନ୍ତୁ ପ୍ରିନସିପାଲ ଫୋନ କଲ ରିସିଭ ନ କରିବାରୁ। ଛାତ୍ରୀଙ୍କ ମୃତ ଖବର ବିଦ୍ୟାଳୟ ର ଅନ୍ୟ ଶିକ୍ଷକ ମାନଙ୍କୁ ଜଣାଇଥିଲେ। ସେଥିମଧ୍ୟ୍ୟରୁ ବିଦ୍ୟାଳୟ ର ଦୁଇ ଜଣ ଶିକ୍ଷକ ମୃତ ଶରୀର ଦେଖିବା ପାଇଁ ମୃତ ଛାତ୍ରୀଙ୍କ ଗ୍ରାମଙ୍କୁ ଯାଇଥିଲେ କିନ୍ତୁ ମୃତ ଶରୀର କବର କରାଯାଇନଥିଲା। ଗ୍ରାମବାସୀ ମାନେ ଏବଂ ଛାତ୍ରୀଙ୍କ ବାପା ଓ ମା ବିଦ୍ୟାଳୟ ର ପ୍ରିନସିପାଲ ରୁଷି ଦଳାଇ ଏହି ମୃତ୍ୟୁ ଖବର ଶୁଣି ଲୁଚି ପଢ଼ିଛନ୍ତି ବୋଲି କହିଥିଲ।ଏହି ମୃତୁ ଖବର ଗ୍ରାମବାସି ଏବଂ ଛାତ୍ରୀ ଙ୍କ ବାପା ମା ନୂଆଗଡ ବି ଡି ଓ ଲୋକନାଥ ଶବର ଙ୍କୁ ଫୋନ ମାଧ୍ୟ୍ୟମରେ ଜନାଇଥିଲେ। ଏହି ଛାତ୍ରୀଙ୍କ ମୃତ୍ୟୁ ଖବର ଶୁଣି ବି ଡି ଓ ଲୋକନାଥ ଶବର ଛାତ୍ରୀଙ୍କ ମୃତ ଶରୀର ଦେଖିବାପାଇଁ। ତୁରନ୍ତ ସର୍ଗିସାହି ଯାଇ ମୃତ ଶରୀର ଙ୍କୁ ଦେଖି ଶବ ସଂସ୍କାର କରିବା ପାଇଁ ରେଡ କ୍ରସ ରୁ ସେହି ସ୍ଥାନରେ 15000 ଟଙ୍କା ମୃତ ଛାତ୍ରୀଙ୍କ ପରିବାର ଦେଇ ସ୍ଵନ୍ତାନ ବାକ୍ୟ ଦେଇଥିଲେ। କିନ୍ତୁ ସେହିସ୍ଥାନରେ ଆଜି ପର୍ଯ୍ୟନ୍ତ ବିଦ୍ୟାଳୟ ର ପ୍ରିନସିପାଲ ମୃତ ଛାତ୍ରୀଙ୍କ ପରିବାର ରେ ଉପସ୍ଥିତ ହୋଇନାହାନ୍ତି।ହଷ୍ଟେଲ ରେ ଅନ୍ୟ ଛାତ୍ରୀ ମାନେ ରୁହୁଥିବା ସମୟରେ ହଟାତ ଏହି ମୃତ୍ୟୁ ଛାତ୍ରୀଙ୍କ ଖବର ଶୁଣି ବୟଭୀତ ହୋଇ ନିଜ ଘରକୁ ଯିବାପାଇଁ ଫୋନ ମାଧ୍ୟ୍ୟମରେ ନିଜ ନିଜ ଅଭିଭାବକ ମାନଙ୍କୁ କଲ କରି ଜଣାଇଥିଲେ।ଏହି ବିଦ୍ୟାଳୟ ଙ୍କୁ ସରକାର ଦୃଷ୍ଟିପାତ କଲେ ଛାତ୍ର ଓ ଛାତ୍ରୀଙ୍କ ଚିର ଉପକୃତ ହେବବୋଲି ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛାତ୍ର ଛାତ୍ରୀ ଙ୍କ ଅଭିଭାବକ କହିଛନ୍ତି। Categories: ଓଡ଼ିଶା, ଗଜପତି, ହୋମ୍ Related Content କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026 ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ by Proprietor Abhimanyu Maharana September 28, 2026 ପୁରୀ ସମୁଦ୍ର ବାରମ୍ବାର କୂଳ ଲଙ୍ଘୁଛି : ପ୍ରତିକାର ଶୂନ by Proprietor Abhimanyu Maharana September 28, 2026