ବିଶ୍ଵ ଜନ ସଂଖ୍ୟା ଦିବସ କାର୍ଯ୍ୟକ୍ରମ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍)  :- କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ତରଫରୁ ଆମ୍ବେଦକର କଲେଜ ଖଜୁରୀପଡ଼ା ଠାରେ ବିଶ୍ଵ ଜନସଂଖ୍ୟା ଦିବସ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ଆମ୍ବେଦକର କଲେଜ ର ଅଧକ୍ଷ ଡ ପ୍ରଶାନ୍ତ କୁମାର କର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅଧ୍ୟାପକ ପ୍ରମୋଦ କୁମାର ନାୟକ, ବାସୁଦେବ ସାହୁ, ରଶ୍ମୀ ରଂଜନ ଲେଙ୍କା, ରାମ କୃଷ୍ ପଣ୍ଡା,

ମୁଖ୍ୟ ବକ୍ତା ଭାବରେ ଖଜୁରୀପଡ଼ା ହାଇସ୍କୁଲର ଅବସର ପ୍ରାପ୍ତ ଶିକ୍ଷାବିତ୍ ପଙ୍କଜ ପ୍ରଧାନ ଏବଂ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା , ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l ଏହି ଦିବସ ରେ ଦେଶର ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆଲଚନା କରାଯାଇଥିଲା l ଯୁବ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ରଚନା ଓ କୁଇଜ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ଏଥିରେ , ସ୍ନେହଲତା ମହାନ୍ତି ପ୍ରଭାସିନୀ ସାହୁ , ଶୁଭଶ୍ରୀ ପଣ୍ଡା, ଜ୍ୟୋତିର୍ମୟୀ ଗଣ୍ଡା ପ୍ରମୁଖ ବିଜୟୀ ହୋଇ ଥିଲେ l

ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l କୁଇଜ ଓ ରଚନା ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ମାଇ ଭାରତ କନ୍ଧମାଳ ର ସହ କର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି ସମ୍ମାନିତ ଅତିଥି ଓ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ପତିତପାବନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ l

Exit mobile version