ମଦ୍ୟପ ପ୍ରଧାନଶିକ୍ଷକଙ୍କ ଦବଂଗିରୀ

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ମଦ୍ୟପାନ କରି ପ୍ରଳାପ କଲେ ପ୍ରଧାନଶିକ୍ଷକ । ମଦ୍ୟପ ପ୍ରଧାନଶିକ୍ଷକଙ୍କ ବିଦ୍ୟାଳୟ ପରିସରରେ ମଦପିଇ ନିଶାରେ ଚୁର୍ ହୋଇ ରହିଥିବା ବେଳେ , ଅଭିଭାବକଙ୍କୁ ନାନା ଅସଭ୍ୟ ଭାଷାରେ କରୁଛନ୍ତି ଗାଳିଗୁଲଜ୍ । ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତି ବି ବାଦ୍ ପଡୁନାହାନ୍ତି । ମୁଁ ଲୋକାଲ୍ ଟୋକା , ହଁ ମଦ ପିଉଛି, ମୋର କ’ଣ କରିବ କର । ସସ୍ପେଣ୍ଟ ହେବି, ଅନ୍ୟ ସ୍କୁଲକୁ ପଳାଇବି ହେଲେ ଦରମା ତ ବନ୍ଦ ହେବନି। ବାପା ତ ହଳ ଧରୁଛି, ଧରିବି । ଅଭିଭାବକଙ୍କ ଆଗରେ ଏଭଳି ନାନା ଅସଭ୍ୟ ଭାଷା ପ୍ରୟୋଗ କରି କରୁଛନ୍ତି ବୋବାଲ୍ । ଯାହାକୁ ନେଇ ବିଦ୍ୟାଳୟ ପରିସରରେ ଥିବା କୁନିକୁନି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି ।

ପ୍ରାପ୍ତ ସୁଚନା ମୁତାବକ ,ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ କୁଜାମେଣ୍ଢି ପଞ୍ଚାୟତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ବନ୍ଧଖମଣରେ କାର୍ଯ୍ୟରତ ପ୍ରଧାନଶିକ୍ଷକ ସଂଜୟ ମଲିକଙ୍କ ଏଭଳି ହାଇଡ୍ରାମା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଯାହାକୁ ନେଇ ଅଭିଭାବକମାନେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରତି ଏବେ ପ୍ରଶ୍ନ ଉଠାଇଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ଆଜି ଶିକ୍ଷକ ଆସିଲେ, ହେଲେ ବିଦ୍ୟାଳୟ ଖୋଲିଦେଇ ଗଲେ ଯେ ଗଲେ ଏହିକଥା ପ୍ରଘଟ ହେବା ପରେ କିଛି ଅଭିଭାବକ ବିଦ୍ୟାଳୟରେ ପହଞ୍ଚିଥିଲେ ।

ବିଦ୍ୟାଳୟରେ ୩ ଜଣ ଶିକ୍ଷକ ଥିବାବେଳେ ଆଜି କୌଣସି ଶିକ୍ଷକ ନଥିଲେ ଯାହାକୁ ନେଇ ଅଭିଭାବକମାନେ ଜଗି ବସିଥିଲେ। ଅପରାହ୍ଣ ପ୍ରାୟ ୩ଟା ସମୟରେ ଶିକ୍ଷକ ଶ୍ରୀ ମଲିକ ନିଶାରେ ଚୁର୍ ହୋଇ ବାଇକ୍‌ରେ ଆସି ପହଞ୍ଚିଥିଲେ ଅଭିଭାବକଙ୍କୁ ଦେଖି ଦୌରାତ୍ମ୍ୟ ଆରମ୍ଭ କରି ଦେଇଥିଲେ । ନାନା ଅ ଅସଭ୍ଯ ଭାଷା ପ୍ରୟୋଗ କରିବା ସହ ଦେଖିଦେବା ପା ମଧ୍ୟ ଧମକ ଦେଇଥିବା ଭିଡିଓରୁ ଦେଖିବାକୁ ମିଳିଛି ।

ସମ୍ପୃକ୍ତ ଶିକ୍ଷକଙ୍କ ଏହା ନିତିଦିନିଆ ଅଭ୍ୟାସ ହୋଇଥିବା ବେଳେ ବିଭାଗୀୟ ଅଧିକାରୀମାନେ ଏହା ଜାଣିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଭାବକମାନେ ଅଭିଯୋଗ ଉଠାଇଛନ୍ତି। ବିଦ୍ୟାଳୟରେ ଆଜି ଅନ୍ୟ କୌଣସି ଶିକ୍ଷକ ନଥିବା ବେଳେ ସମ୍ପୃକ୍ତ ଶିକ୍ଷକଙ୍କ ଏଭଳି ହାଇଡ୍ରାମାକୁ ନେଇ ଛାତ୍ରଛାତ୍ରୀ କେତେ ଯେ ସୁରକ୍ଷିତ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Exit mobile version