
କଟକ (ଓଡ଼ିଶା ତାଜା ନ୍ୟୁଜ୍) :- ଶ୍ରାବଣ ଗୁରୁ ପୂର୍ଣ୍ଣିମା ଯିବାର ଦ୍ଵିତୀୟ ଦିନ ଶୁକ୍ଳ ପକ୍ଷ ଶୁକ୍ରବାର ରାତି ୧୦ ଟାରେ ଏକା ସମୟରେ ଦୁଇଜଣ ବ୍ୟକ୍ତିଙ୍କ ବଗିଚାରେ ଦୁର୍ଲ୍ଲଭ ପୁଷ୍ପ ବ୍ରହ୍ମ କମଳ ଫୁଟିଥିବା ଦେଖିବାକୁ ମିଳିଥିଲା । କଟକ ସଦର ଥାନା ଅନ୍ତର୍ଗତ ଭାଣପୁର ଗ୍ରାମର ଲକ୍ଷ୍ମୀଧର ଜେନା ଏବଂ ଫୁଲନଖରା ଓମଫେଡ କଲୋନୀର ନରେନ୍ଦ୍ର ସ୍ବାଇଁଙ୍କ ବଗିଚାରେ ଏହି ଦୁର୍ଲ୍ଲଭ ପୁଷ୍ପ ବ୍ରହ୍ମ କମଳ ଫୁଟିଥିଲା । ଉଭୟ ବ୍ୟକ୍ତି ତିନି ବର୍ଷ ତଳେ ସେମାନଙ୍କ ବଗିଚାରେ ଏହି ପୁଷ୍ପ ଗଛ ଲଗାଇ ଥିଲେ । ତିନି ବର୍ଷ ପରେ ଲକ୍ଷ୍ମୀଧର ଜେନା ଙ୍କ ବଗିଚାରେ ଲଗାଯାଇଥିବା ବ୍ରହ୍ମ କମଳ ଗଛରେ ତିନୋଟି ପୁଷ୍ପ ଫୁଟିଥିଲା ବେଳେ ନରେନ୍ଦ୍ର ସ୍ବାଇଁଙ୍କ ବଗିଚା ରେ ଲାଗିଥିବା ବୃକ୍ଷରେ ଏକ କାଳୀନ ଦୁଇଟି ବ୍ରହ୍ମ କମଳ ପୁଷ୍ପ ଫୁଟିଥିଲା । ଏହି ଦୁର୍ଲ୍ଲଭ ପୁଷ୍ପକୁ ଦେଖିବା ପାଇଁ ପାଖ ପଡେ଼ାଶୀଙ୍କ ଭିଡ ଲାଗିଥିଲା ।

