ବାଙ୍କୀ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :-  ବାଙ୍କୀ ବ୍ଲକ ରଘୁନାଥ ଦେବତା ସରକାରୀ ଉଚ୍ଚବିଦ୍ୟାଳୟ ସଭାଗୃହରେ ବାଙ୍କୀ ବ୍ଲକ ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ଶିକ୍ଷାଧିକାରୀ ସୁଶ୍ରୀ ଜ୍ୟୋତି ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଶାନ୍ତି ନାରାୟଣ ଦେବତା ସମ୍ମିଳନୀରେ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଏହି ସମ୍ମିଳନୀରେ ବିଭିନ୍ନ ବିଦ୍ୟାଳୟର ୧୦୨ଜଣ ପ୍ରଧାନ ଶିକ୍ଷକ ଭାଗନେଇଥିଲେ ।

ସମ୍ମାନିତ ଅତିଥି ଭାବରେ ଉପମଣ୍ଡଳ ତଥା ମଣ୍ଡଳ ସାଧନକେନ୍ଦ୍ର ସଂଯୋଜକ ରୂପନାୟକ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ । ୨୦୨୫-୨୬ ଶିକ୍ଷା ବର୍ଷର ଶୈଖିକ କାର୍ଯ୍ୟକଳାପ, ମିଶନ୍ ମେରିଟ୍‌, ମିଶନ୍ ସ୍କୋଲାରସିପ୍‌, ବିଦ୍ୟାଳୟ ନିରାପତ୍ତା ୟୁଡାଇସ୍‌, ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନା ଏବଂ ଅନ୍ୟାନ୍ୟ ଶୈଖିକ ଏବଂ ସହଶୈଖିକ କାର୍ଯକ୍ରମ ଉପରେ ଆଲୋଚନା କରାଯାଇଥିଲା ।

Exit mobile version