Home ଓଡ଼ିଶା କୁସୁନ୍ଦା ହାଇସ୍କୁଲ ଠାରେ ଡମପଡା – ଚନ୍ଦକା ବନ ବିଭାଗ ପକ୍ଷରୁ ୭୬ ତମ ବନ ମହୋତ୍ସବ ପାଳିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଡମପଡା -ଚନ୍ଦକା ବନ ବିଭାଗ ପକ୍ଷରୁ ଡମପଡା ବ୍ଲକ କୁସୁନ୍ଦା ହାଇସ୍କୁଲ ଠାରେ ୭୬ ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ କୁ ଡମପଡା ରେଞ୍ଜ ଅଫିସର ନିରଞ୍ଜନ ମହାପାତ୍ର ଉଦଘାଟନ କରି ବର୍ତ୍ତମାନ ସମୟରେ ବୃକ୍ଷ ରୋପଣ କରିବା ସମସ୍ତ ଜନସାଧାରଣ ଙ୍କ ପାଇଁ ଏକ ଆହ୍ୱାନ ବୋଲି କହିଥିଲେ।ବର୍ତ୍ତମାନ ରାଜ୍ୟ ସରକାର ବୃକ୍ଷ ରୋପଣ ପାଇଁ ବିଶେଷ ଧ୍ୟାନ ଦେଉ ଛନ୍ତି। ରାଜ୍ୟ ସରକାର ଙ୍କ ଜଙ୍ଗଲ ପରିବେଶ ଜଳବାୟୁ ବିଭାଗ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ଆନୁକୂଲ୍ୟରେ ରାଜ୍ୟ ର ବିଭିନ୍ନ ସ୍ଥାନ ରେ ମା ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ରେ ଲକ୍ଷ ଲକ୍ଷ ବୃକ୍ଷ ରୋପଣ କରାଯାଇଛି। ଆମ ଅଞ୍ଚଳ ରେ ମଧ୍ୟ ଡମପଡା -ଚନ୍ଦକା ବନ ବିଭାଗ ଦ୍ୱାରା ବହୁ ବୃକ୍ଷ ରୋପଣ ହୋଇଛି। ଜୁଲାଇ ୧ ରୁ ଆରମ୍ଭ ହେଇଥିବା ୭୬ତମ ବନ ମହୋତ୍ସବ ରେ ଆମେ ଆଜି ପର୍ଯ୍ୟନ୍ତ ବହୁ ବ୍ୟକ୍ତି ଙ୍କୁ ବୃକ୍ଷ ରୋପଣ ପାଇଁ ସଚେତନ କରୁଛୁ। ଆଜି କୁସୁନ୍ଦା ହାଇସ୍କୁଲ ରେ ଆମ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ପ୍ରଜାପତି ର ବୃକ୍ଷ ରୋପଣ କରାଯାଇଛି। ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ପ୍ରକୃତି ଜଙ୍ଗଲ ପ୍ରେମୀ ପୂର୍ବତନ ଅବୈତନିକ ବନସଂରକ୍ଷକ ତଥା କୁସୁନ୍ଦା ହାଇସ୍କୁଲ ର ପରିଚାଳନା କମିଟି ସଭାପତି ସୁରେଶ କୁମାର ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏକ ବୃକ୍ଷ ରୋପଣ ଦ୍ୱାରା ପରିବେଶ ର କି ଲାଭ ହେଵ ଏହା ମାନବ ସଭ୍ୟତା ପାଇଁ କି ଉପଯୋଗୀ ସେ ସମ୍ପର୍କ ରେ କହିଥିଲେ। ଶ୍ରୀ ତ୍ରିପାଠୀ କାର୍ଯ୍ୟକ୍ରମ ରେ ବୃକ୍ଷ କୁ ବୈଦିକ ନୀତି ରେ ପୂଜା ଅର୍ଚନା କରି ବିଦ୍ୟାଳୟ ହତା ରେ ଅତିଥି ଙ୍କ ସହ ରୋପଣ କରିଥିଲେ। କାର୍ଯ୍ୟକ୍ରମ ରେ ଡମପଡା ଫରେଷ୍ଟର ରାଜ କୁମାର ସେଠି, ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରହଲ୍ଲାଦ ସାହୁ,ବିଦ୍ୟାଳୟ ର ଏସ ଏମ ଡିସି ମନୋରଞ୍ଜନ ମଲ୍ଲିକ, ଶିକ୍ଷକ ସନ୍ତୋଷ କୁମାର ରାଉତ, ଗୁରୁ ପ୍ରସାଦ ରଣା, ଅର୍ଜୁନ ସାହୁ, ସୁବାସ ଚନ୍ଦ୍ର ସାହୁ ସହଯୋଗ କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ତଥା ପ୍ରକୃତି ପ୍ରେମୀ ରଜତ କୁମାର ତ୍ରିପାଠୀ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ବୃକ୍ଷ ରୋପଣ କରିଥିଲେ। Categories: ଓଡ଼ିଶା, କଟକ, ହୋମ୍ Related Content ରଣପୁର ପ୍ରେସ କ୍ଲବର ନୂତନ ଗୃହ ଉଦ୍ଘାଟନ କଲେ ବାଚସ୍ପତି by Proprietor Abhimanyu Maharana July 28, 2026 ମିନା କୁମାରୀ ପ୍ରଧାନଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ by Proprietor Abhimanyu Maharana July 27, 2026 କ୍ରମ୍ପଟନ ପମ୍ପ୍ସ୍ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା by Proprietor Abhimanyu Maharana July 27, 2026 ଓଡ଼ିଶା ସଚିବାଳୟ ଲେଖକ ପରିଷଦର ଜୁଲାଇ ମାସର ସାରସ୍ୱତ ଆସର ଅବସରରେ ବର୍ଷା ପାଇଁ କବିତା by Proprietor Abhimanyu Maharana July 27, 2026 ଆଜି ନୀଳକନ୍ଦର କୁ ବିଜେ କରିବେ ନୀଳାଦ୍ରୀନାଥ ମହାଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ମାନଭଞ୍ଜନ by Proprietor Abhimanyu Maharana July 27, 2026 ଛାତ୍ରଛାତ୍ରୀଙ୍କ ଇଂଡକ୍ସନ କାର୍ଯ୍ୟକ୍ରମ by Proprietor Abhimanyu Maharana July 27, 2026