ଅସ୍ତିତ୍ବ ପକ୍ଷରୁ ବୃକ୍ଷ ରୋପଣ ପାଇଁ ସଂକଳ୍ପ କାର୍ଯ୍ୟକ୍ରମ ଓ ଚାରା ବଣ୍ଟନ

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :-  ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଅସ୍ତିତ୍ବ “ପକ୍ଷରୁ ଆଜି ବାଙ୍କୀ, ଡମପଡା ବ୍ଲକ ର ଘସିପୁଟ, ଓସ୍ତିଆ, କଦଳୀ ବାଡ଼ି, ଗୟାଳ ବାଙ୍କ, ନିସ୍ତିପୁର, ପଥପୁର, ଜାତମୁଣ୍ଡିଆ, ଶିଶୁଆ, ଗୋପାଳପୁର ଠାରେ ବୃକ୍ଷ ରୋପଣ ସଂକଳ୍ପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମ କୁ ବାଙ୍କୀ ମୁଖ୍ୟ ଡାକଘର ର ପୋଷ୍ଟ ମାଷ୍ଟର ସଂଘମିତ୍ରା ବିଶ୍ୱାଳ ଅନୁଷ୍ଠାନିକ ଭାବେ ଉଦଘାଟନ କରି ବୃକ୍ଷ ରୋପଣ ର ଆବଶ୍ୟକତା ବର୍ତ୍ତମାନ ସମୟରେ କିପରି ମାନବ ସଭ୍ୟତା ବୃକ୍ଷ ରୋପଣ କରିବା ଅତ୍ୟନ୍ତ ଜରୁରୀ ତାହା ଅତି ସୁନ୍ଦର ଉଦାହରଣ ମାଧ୍ୟମରେ ବୁଝାଇ ଥିଲେ।

ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ସମ୍ପାଦକ ପକୃତି ବନ୍ଧୁ ଗୌତମ ମିଶ୍ର ଯୋଗଦେଇ ବର୍ତ୍ତମାନ ପୃଥିବୀ ର ଜଳବାୟୁ ପରିବର୍ତନ ଦ୍ୱାରା ଗ୍ଲୋବାଲ ୱାର୍ମିଙ୍ଗ ହେଉଛି ଯାହା ପରିବେଶ ଉପରେ ପ୍ରଭାବ ସୃଷ୍ଟି କରୁଛି। ବର୍ତ୍ତମାନ ସମୟ ରେ ଆମେ ଆମ ସଭ୍ୟତା କୁ ସୁନ୍ଦର କରିବା ପାଇଁ ବଡ଼ ବଡ଼ ବୃକ୍ଷ କାଟି ବହୁ କମ୍ପାନୀ, ଅଟ୍ଟାଳିକା ଏବଂ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରି ବୃକ୍ଷ ବଂଶ କୁ ନଷ୍ଟ କରିବାକୁ ପ୍ରୟାସ କରୁଛେ ଯାହା ଫଳରେ କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବାକୁ ଯାଉଛି।

କଂକ୍ରିଟ ଜଙ୍ଗଲ ସୃଷ୍ଟି ହେବା ଦ୍ୱାରା ବୃକ୍ଷ ସଙ୍କଟ ସୃଷ୍ଟି ହେଵ ଯାହା ଆଗାମୀ ପିଢ଼ି ପାଇଁ ଚିନ୍ତା ର ବିଷୟ ପାଲଟିବ ତେଣୁ ବର୍ତ୍ତମାନ ସମୟ ର ଆହ୍ୱାନ ବୃକ୍ଷ ରୋପଣ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ଜିତେନ କୁମାର ପାଢ଼ୀ ଯୋଗ ଦେଇ ସମସ୍ତ ଙ୍କୁ ବୃକ୍ଷ ରୋପଣ କରିବା ପାଇଁ ସଂକଳ୍ପ କରାଇ ଥିଲେ । ଅନୁଷ୍ଠାନ ପକ୍ଷରୁ ଜୁଲାଇ ୧ ବନ ମହୋତ୍ସବ ଠାରୁ ଆଜି ପର୍ଯ୍ୟନ୍ତ ବାଙ୍କୀ ର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ଓ ୨୦୦ ରୁ ଉର୍ଦ୍ଧ ଚାରା ବଣ୍ଟନ ହୋଇଛି ବୋଲି ଅନୁଷ୍ଠାନ ପକ୍ଷରୁ ସାମଜ ସେବୀ ଅମିତ କୁମାର ସାହୁ ପ୍ରକାଶ କରିଛନ୍ତି ।

ପ୍ରକୃତି ପ୍ରେମୀ ରଶ୍ମୀ ରାଣୀ ପ୍ରଧାନ, ସତ୍ୟବ୍ରତ ସାହୁ, ପିଆର ଅମର୍ଜିତ, ଅରବିନ୍ଦ ସାହୁ, ଚିତ ରଞ୍ଜନ ସାହୁ, ଦିଲ୍ଲୀପ ଜେନା, ରଞ୍ଜିତ କୁମାର ଜେନା, କିରଣ କୁମାର ବାରିକ, ଧନେଶ୍ୱର ନାୟକ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଏହି ସଂକଳ୍ପ କାର୍ଯ୍ୟକ୍ରମ ରେ ବାଙ୍କୀ ଅଞ୍ଚଳର ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।

Exit mobile version