ଚିକିତ୍ସାଳୟରେ ଯମାଳୟ ଯନ୍ତ୍ରଣା : ଟାଣଭାତ କୁ ପାଣିଆ ଡାଲମା ଖାଉଛନ୍ତି ଗର୍ଭବତୀ ଓ ପ୍ରସୂତି.

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍)  :-  ୱାର୍ଲଡ କ୍ଲାସ ସିଟି ହେବ ପୁରୀ l ଜଗନ୍ନାଥ ଧାମ ମହାନଗର ନିଗମ (ଜେ. ଡି. ଏମ. ସି) ର ମାନ୍ୟତା ପାଇବ ଖୁବ ଶୀଘ୍ର ପୁରୀ l ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ପ୍ରସୂତି ବିଭାଗ ଏବେ ପାଲଟିଛି ଯମାଳୟ ସଦୃଶ ବୋଲି ଅଭିଯୋଗ ହେଉଛି l ଗର୍ଭାବତୀ ଓ ପ୍ରସୂତି ମାନଙ୍କୁ ଟାଣ ଉଷୁନା ଭାତ ସହ ପାଣିଆ ଡାଲମା ଦିଆଯାଉଥିବା ଅଭିଯୋଗ ହେଉଛି l ରଥଯାତ୍ରା ସରିଲା ହେଲେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିପାରିନାହିଁ l

ବିଗତ ଦିନ ମାନଙ୍କରେ ବିଭିନ୍ନ ସମସ୍ୟା ଭିତରେ ପୁରୀ ମେଡିକାଲ ଚାଲୁଥିବା ବେଳେ ପୁଣି କାଲି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା l ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାମାନେ ସନ୍ତାନ ପ୍ରସବ କରିବାକୁ ଆସି ଆଡ଼ମିସନ ହୋଇଥିଲେ |ସେମାନଙ୍କୁ ପେଟପୁରା ଖାଦ୍ୟ ମିଳୁନ ଥିବା ଅଭିଯୋଗ ହୋଇଛି | ଯେଉଁ ଖାଦ୍ୟ ମିଳୁଛି ତାହା ମଧ୍ୟ ପୃଷ୍ଟିକର ନୁହେଁ | ସକାଳର ଖାଦ୍ୟରେ ଶୁଖିଲା ଉପମା ଓ ଶୁଖିଲା ରୁଟି ଦିଆଯାଉଛି | ରୋଗୀ ମାନେ ଯଦି କହୁଛନ୍ତି ଆମେ ଶୁଖିଲା ଉପମା ଓ ରୁଟି କେମିତି ଖାଇବୁ ତେବେ ତାଙ୍କୁ ଉତ୍ତର ମିଳୁଛି ତରକାରୀ ଫୁଟୁଛି ଦିନ ଦୁଇଟାରେ ମିଳିବ l

ମଧ୍ୟାହ୍ନ ରେ ଯେଉଁ ଖାଦ୍ୟ ମିଳୁଛି ତାହା ନିମ୍ନମାନର | ଖାଦ୍ୟ ପ୍ରର୍ଯ୍ୟାପ୍ତ ନୁହେଁ ବୋଲି ମହିଳା ମାନେ ଅଭିଯୋଗ କରୁଛନ୍ତି |ସମସ୍ତ ରୋଗୀଙ୍କୁ କ୍ଷୀର,ଅଣ୍ଡା ଏବଂ ଫଳ ମଧ୍ୟ ମିଳୁନାହିଁ | ଗରମ କ୍ଷୀର ପଚାରିଲେ କହୁଛନ୍ତି କେବଳ ଓଟି ରୁ ଆସିଥିବା ପେସେଣ୍ଟ ମାନଙ୍କୁ କ୍ଷୀର ମିଳିବ | ସରକାର ମହିଳା ଶିଶୁ ବିକାଶ ନାଁରେ ଗଣ୍ଡା ଗଣ୍ଡା ଯୋଜନା କରିଥିବା ବେଳେ ମେଡ଼ିକାଲରେ ସେମାନଙ୍କୁ ଖାଦ୍ୟ ଠିକ ଭାବରେ ଯୋଗେଇ ଦିଆଯାଉନାହିଁ l

ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଏବଂ ଶିଶୁବିକାଶ ବିଭାଗର ଦାଇତ୍ୱରେ ଥିବା ବେଳେ ତାଙ୍କ ନିଜ ଜିଲାରେ ଯଦି ଏ ଭଳି ଅବ୍ୟବସ୍ଥା ତାହାଲେ ସାରା ଓଡିଶାରେ ବ୍ୟବସ୍ତା କେମିତି ଚାଲିଥିବ ତାହା ଏଥିରୁ ସହଜେ ଅନୁମେୟ | ବାରମ୍ବାର ଅଭିଯୋଗ କରିବା ସତ୍ୱେ ଲିଫ୍ଟଟି ଏବେ ମଧ୍ୟ ଅଚଳ ଅବସ୍ଥାରେ ରହିଛି | ସମାଧାନ ପାଇଁ ପ୍ରଶାସନ କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତତ୍ପରତା ଦେଖିବାକୁ ମିଳୁନି ।

ବେଳେ ବେଳେ ଏକ୍ସ ରେ ମେସିନି କାମ ଦେଉନି | ପ୍ରାୟ ସମୟ ରୋଗୀଙ୍କୁ ମେଡ଼ିସିନ ବାହାରୁ କିଣିବାକୁ ପଡୁଛି । ସିଟି ସ୍କାନ ଆଉ ଏମ୍.ଆର.ଆଇ ପାଇଁ ରୋଗୀଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ବର୍ଷ ବର୍ଷ ଧରି ମେଡିକାଲ ରେ ହ୍ବିଲ୍ ଚେୟାର ର ବ୍ୟବସ୍ଥା ନାହିଁ । ଖାଦ୍ୟ ଯୋଗାଉ ଥିବା ଠିକା ସଂସ୍ଥା ବିରୁଧରେ କାର୍ଯ୍ୟନୁଷ୍ଠାନ ନେବା ସହ ଏ ସବୁ ବ୍ୟବସ୍ଥାର ଯଥାଶୀଘ୍ର ସୁଧାର ଅଣାଯାଉ | ଯଦି ଏ ବ୍ୟବସ୍ଥାରେ ସୁଧାର ନଆସେ ତେବେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି |

Exit mobile version