Home ଓଡ଼ିଶା ସରିଲାଣି ରଥଯାତ୍ରା ବଢିଲାଣି ସମସ୍ଯା ସହରବାସୀ ହନ୍ତସନ୍ତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚତୁର୍ଦ୍ଧାମୂର୍ତ୍ତିଙ୍କ ନିଳାଦ୍ରୀ ବିଜେ ପରେ ପୁରୀ ସହରରେ ଅନେକ ସମସ୍ୟା ଦେଖାଦେଇଛି । ଗୁଣ୍ଡିଚାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ପ୍ରାୟ ୭୦ ଲକ୍ଷ ଶ୍ରଦ୍ଧାଳୁ ପୁରୀକୁ ଆସିଛନ୍ତି । ଶ୍ରଦ୍ଧାଳୁ ମାନେ ଖାଇବା, ପିଇବା, ଶୌଚ ହେବା, ବ୍ଯବହୃତ ପଲିଥିନ ଓ ପାଣି ବୋତଲ ଫୋପାଡିବା ଯୋଗୁ ସହରରେ ଆବର୍ଜନାମୟ ପରିସ୍ଥିତି ସୃଷ୍ଟି ହୋଇଛି । ତାଳବଣିଆ ମଧୁରଜଳ ଅଞ୍ଚଳରେ ଗାଡି ପାର୍କିଂ ଯୋଗୁ ଖେଳ ପଡିଆ ନଷ୍ଟ ହେବା ସହ ଅଧିକ ସଂଖ୍ଯକ ଲୋକ ଗଦା ହେବାରୁ ସ୍ଥାନୀୟ ଜଙ୍ଗଲରେ କୁଢ କୁଢ ପଲିଥିନ ଗଦା ହୋଇଛି । ମାଗଣା ଖାଦ୍ଯ ବଣ୍ଟନ ଯୋଗୁ ଚଳିତବର୍ଷ ଗତବର୍ଷ ଠାରୁ ସାତଗୁଣା ଆବର୍ଜନା ଗଦା ହୋଇଛି । କାହାକୁ ଲଗା ନାହିଁ କି ପଘା ନାହିଁ ନ୍ଯାୟରେ ସହରରେ ସଫେଇ କାର୍ଯ୍ୟ ଚାଲିଥିବାରୁ ଏକ ପୁତିଗନ୍ଧମୟ ପରିସ୍ଥିତି ସୃଷ୍ଟି ହୋଇଛି । ରଥଯାତ୍ରୀ ମାନେ ମାଗଣା ଖାଦ୍ଯ ବଣ୍ଟନ କେନ୍ଦ୍ରରୁ ଜରି କୋଟେଡ ଖଲିରେ ଖାଇବା ଯୋଗୁ ସ୍ବାସ୍ଥ୍ୟ ହାନି ସହ ୧୪ କୋଟି ଖଲିପତ୍ର ଏଣେତେଣେ ଗଦା ହୋଇଛି । ପ୍ରାୟ ୩୦ ହଜାର ରଥଯାତ୍ରୀ ମାଗଣା ଖାଦ୍ଯ ଯୋଗୁ ପୁରୀ ଛାଡି ପାରିନଥିଲେ । ବିଭିନ୍ନ ସ୍ଥାନରୁ ଖାଦ୍ଯ ଖାଇ ସହରସାରା ବୁଲିବା ଦେଖାଯାଇଥିଲା । ସାରା ଦେଶରୁ ଶତାଧିକ ଚୋର ପୁରୀରେ ପ୍ରବେଶ କରି ଶ୍ରଦ୍ଧାଳୁଙ୍କ ଠାରୁ ଲୁଟ କରିଥିବା ଦେଖାଦେଇଛି । ସେହିପରି ସମୁଦ୍ରକୂଳେ ପଲ୍ଲିଶ୍ରୀ ମେଳା ଖୋଲା ଯାଇଥିବାରୁ ପାଣି ବୋତଲ ଆଉ ପଲିଥିନ ସମୁଦ୍ରରେ ଭାସୁଥିବା ସହ କୂଳରେ ଗଦାହୋଇଛି । ଦୂଷିତ ପାଣି ଓ ବାସୀଖାଦ୍ଯ ଖାଇ ଶତାଧିକ ସହରବାସୀ ବାନ୍ତି କରିବା, ମୁଣ୍ଡ ବିନ୍ଧିବା ଜ୍ବର ହେବା, ପେଟ କାଟିବା, ଛାତି ଜଳାପୋଡା ହେବା ଓ ପତଳା ଝାଡା ବଢୁଥିବା ପରିଲକ୍ଷିତ ହେଉଛି । ଏହି ଯାତ୍ରା ସମୟରେ ମାଝି ଆଉ ମଶାଙ୍କ ସଂଖ୍ୟା ୧୦ ଗୁଣା ବଢିଯାଇଛି । ବଡଦାଣ୍ଡ ସଫେଇ ଦାୟିତ୍ବ ନେଇଥିବା ଜାଗୃତି ସଂସ୍ଥା ଅଳିଆ ଦେଖି ହାତ ଟେକିଦେଛି । କେବଳ ନାମକୁ ମାତ୍ର ବଡଦାଣ୍ଡର ମଝିଅଂଶ ୨୦ ଫୁଟ ଉପରିଆ ପହଁରା ମାରି ସଫେଇ କରୁଥିବା ଦେଖାଯାଇଛି । ଭୋଳାନାଥ ସ୍ଲୁଲ ପାଖରେ ମାଗଣା ଷ୍ଟଲ ଖୋଲିଥିବା ଏକ କମ୍ପାନୀ ପବିତ୍ର ଶରଧାବାଲିକୁ ଅପବିତ୍ର ଓ ଅଇଁଠାମୟ କରି ଦେଇଥିବା ଦେଖିଯାଇଥିଲା । ପବିତ୍ର ବଡଦାଣ୍ଡ ଯେଉଁ ଦାଣ୍ଡରେ ସ୍ବୟଂ ଭଗବାନ ବିଜେ କରନ୍ତି ତାର ବାଲି ମହାପବିତ୍ର । ସେଥିପାଇଁ ବଲବନ୍ତ ସିଂହ ଜିଲ୍ଲାପାଳ ଥିବାବେଳେ ପବିତ୍ର ବାଲିରେ ଯେପରି ଅଳିଆ ଆବର୍ଜନା ସ୍ପର୍ଶ ନକରେ ସେଥିପାଇଁ ଘରେ ଘରେ ନାଲି ଓ ନେଳି ପ୍ଲାଷ୍ଟିକ ବାଲିଟି ଦିଆଯାଇଥିଲା । ଅଳିଆ ଗାଡି ସାହି ସାହି ବୁଲି ବାଲିଟିରୁ ସଂଗ୍ରହ କରୁଛି ଅଳିଆ । ପବିତ୍ର ପୁରୀ ଗର୍ବ ଆମରି ସ୍ୱର ଗାଡିରେ ବାଜୁଛି । ରଥଯାତ୍ରା ସମୟରେ ସେହି ପବିତ୍ର ଶରଧାବାଲିକୁ ଦୁଇଟି ବଡ କମ୍ପାନୀ ମାଗଣା ଖାଦ୍ଯ ନାମରେ ଅପବିତ୍ର କରିଥିବା ଅଭିଯୋଗ ହୋଇଛି । ସେହିପରି ମନ୍ଦିର ଚାରିପଟେ ଅଳିଆ ଆବର୍ଜନା ଗଦା ଯୋଗୁ ଭକ୍ତ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସହରରୁ ଅଳିଆ ଆବର୍ଜନା ସଫା କରିବା ସହ ତୁରନ୍ତ ସାନିଟାଇଜେସନ କରାନଗଲେ ମହାମାରୀ ବ୍ଯାପିବାରେ ଆଶଙ୍କା ରହିଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026