Home ଓଡ଼ିଶା ରୋଟାରୀ କ୍ଲବ ନୟାଗଡ଼ ତରଫରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ଚଷମା ବଣ୍ଟନ କାର୍ଯ୍ୟକ୍ରମ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ରୋଟାରୀ କ୍ଲବ ନୟାଗଡ଼ ଏବଂ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ଭୁବନେଶ୍ୱର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏବଂ ମାଗଣା ଚଷମା ବଣ୍ଟନ କାର୍ଯ୍ୟକ୍ରମ ଓଡ଼ଗାଁ ବ୍ଲକ ଆରଡା ପଞ୍ଚାୟତ ର କେନ୍ଦୁପଲ୍ଲୀ ଗାଁ ରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଟି ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋଟାରିଆନ ଶ୍ରୀକାନ୍ତ ଖଟେଇ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ସୁନିତା ସାହୁ ଓ କେନ୍ଦୁ ପଲ୍ଲୀ ଗାଁ ର ସଭାପତି ରାଜକିଶୋର ନାୟକ ଓ ସଂପାଦକ ପ୍ରମୋଦ ପ୍ରଧାନ ଯୋଗ ଦେଇଥିଲେ । ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରୋଗୀ ମାନଙ୍କୁ ଚଷମା ବଣ୍ଟନ କରିବା ସହ ସେମାନଙ୍କ ସହ ତାଙ୍କର ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିର କୁ ପରିଚାଳନା କରିବାକୁ ରୋଟାରୀ କ୍ଳବ୍ ସଂପାଦକ ଅବିନାଶ ସାହୁ, ସଦସ୍ୟ ମିହିର ରଞ୍ଜନ ନାୟକ, ବାସୁଦେବ ସାହୁ ପ୍ରବୀର ପୃଷ୍ଟି, ଧୀରେନ୍ଦ୍ର ପଟ୍ଟନାୟକ ଏବଂ ପଞ୍ଚାୟତ ର ଓ୍ବାର୍ଡ ମେମ୍ବର ରଘୁନାଥ ପ୍ରଧାନ, ଅଭିମନ୍ୟୁ ପ୍ରଧାନ, ସନ୍ତୋଷ ପରିଡ଼ା ଏବଂ ରମେଶ କୁମାର ପରିଜା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । ସ୍ଥାନୀୟ ଅଞ୍ଚଳର ଅନେକ ଆଖି ରୋଗୀ ଚିକିତ୍ସା ପାଇଁ ଏହି ଶିବିରକୁ ଆସିଥିଲେ । ଚିକିତ୍ସା ପରେ ସେମାନେ ନିଜର ଖୁସି ବ୍ୟକ୍ତ କରିଥିଲେ। ପ୍ରାୟ ୧୫ ଜଣ ରୋଗୀଙ୍କୁ ମାଗଣା ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ରୋଟାରୀ ଭୁବନେଶ୍ୱର ଚକ୍ଷୁ ଚିକିତ୍ସାଳୟ କୁ ନିଆଯାଇଥିବା ସୂଚନା ମିଳିଛି। Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026 ଗଜପତି:ମହେନ୍ଦ୍ରଗିରିରେ ଅକ୍ଟୋବର ୧ରୁ ୪ ଯାଏଁ ୨୩ତମ ଜାତୀୟ ସ୍ତରୀୟ ମାଉଣ୍ଟେନ୍ ବାଇକ୍ ସାଇକ୍ଲିଂ ଚାମ୍ପିଅନ୍ସିପ୍ ଅନୁଷ୍ଠିତ ହେବ by Proprietor Abhimanyu Maharana September 28, 2026