ମଣୀନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଜଙ୍ଗଲ ସୃଷ୍ଟି କଲେ ମଣିଷ ସମାଜ ବଞ୍ଚିବ

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ବନମହୋତ୍ସବ ସପ୍ତାହ ଉପଲକ୍ଷେ ମଣୀନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଟାକରା ପରିସରରେ ସୋମବାର ଅପରାହ୍ନ ସମୟରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବନପାଳ ରାଜ କୁମାର ଶତପଥୀ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ମଣୀନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଧାମୋହନ କର୍ମୀ ଙ୍କ ସମେତ ସମସ୍ତ ଅଧ୍ୟାପକ ଯୋଗଦେଇଥିଲେ ।

ତତ ବ୍ୟତୀତ ଉତ୍ସର୍ଗ ଫାଉଣ୍ଡେସନ ଟ୍ରଷ୍ଟର ଟ୍ରଷ୍ଟି (ଚେୟାରମ୍ୟାନ) ପ୍ରିୟବ୍ରତ ଆଚାର୍ଯ୍ୟ, ସମ୍ପାଦକ ନିହାର ରଞ୍ଜନ ମହାନ୍ତି, ମନ୍ମଥ କୁମାର ସାହୁ, ଚନ୍ଦନେଶ୍ୱର ଦାସ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିବା ବେଳେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏଥିରେ ଯୋଗଦେଇ ସହଯୋଗ କରିଥିଲେ।

ପରିଶେଷରେ ବନପାଳ ରାଜ କୁମାର ଶତପଥୀ ବୃକ୍ଷ ରୋପଣ କରିବା ଦ୍ୱାରା ମଣିଷ ସମାଜର ଉପକାରିତା ସମ୍ପର୍କରେ ଛାତ୍ରଛାତ୍ରୀ ଙ୍କୁ ବୁଝାଇବା ସହ ପୂର୍ବରୁ ଅନେକ ସାମାଜିକ କାର୍ଯ୍ୟ କରି ଦଶପଲ୍ଲା ଅଂଚଳରେ ଏକ ଲୋକପ୍ରିୟତା ଅନୁଷ୍ଠାନ ଭାବରେ ପରିଗଣିତ ହୋଇଥିବାରୁ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ରାଧାମୋହନ କର୍ମୀ ଟ୍ରଷ୍ଟ କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲେ ।

Exit mobile version