ଜ଼ିଲ୍ଲା ସ୍ତରୀୟ ଜାତୀୟ ମତ୍ସ୍ୟ ଚାଷୀ ଦିବସ -୨୦୨୫ ପାଳିତ

ଫୁଲବାଣୀ (ଓଡ଼ିଶା ତାଜା ନ୍ୟୁଜ୍) :-  କନ୍ଧମାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଜାତୀୟ ମତ୍ସ୍ୟଚାଷୀ ଦିବସ-୨୦୨୫ ପାଳିତ ହୋଇଯାଇଛି । ଜିଲ୍ଲା ମତ୍ସ୍ୟ ଅଧିକାରୀ, କନ୍ଧମାଳ ଶ୍ରୀ ପ୍ରଫୁଲ୍ଲ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ସାଧାରଣ),

କନ୍ଧମାଳ ଶ୍ରୀ କୁଶଳ ଚନ୍ଦ୍ର ନାୟକ ଯୋଗ ଦେଇ ଚାଷୀ ମାନଙ୍କୁ ମତ୍ସ୍ୟ ଚାଷ ସମ୍ବନ୍ଧୀୟ ବିଭିନ୍ନ ଯୋଜନାରୁ ଫାଇଦା ଉଠାଇବା ପାଇଁ ପ୍ରବର୍ତ୍ତାଇ ଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସ୍ । ଅଧିକାରୀ, କନ୍ଧମାଳ ଶ୍ରୀ ପ୍ରଣବ ପଟ୍ଟନାୟକ ମଞ୍ଚାସୀନ ଥାଇ ନିଜ ନିଜର ବିଭାଗୀୟ ଯୋଜନା ଗୁଡିକ ସମ୍ବନ୍ଧରେ ଅବଗତ କରାଇଥିଲେ।

ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ କହଁର ସ୍ବାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଏହି ଦିବସର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ । ଜିଲ୍ଲାର ୬ ଗୋଟି ବ୍ଲକରୁ ୫୦ ଜଣ ମତ୍ସ୍ୟ ଚାଷୀ, ମତ୍ସ୍ୟ ଉଦ୍ୟୋଗୀ, ମାଛ ଯାଆଁଳ ଉତ୍ପାଦନକାରୀ,ପ୍ରାଥମିକ ମତ୍ସ୍ୟ ସମବାୟ ସମିତିର ସଦସ୍ୟ ଏବଂ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନ ଙ୍କ ସମେତ ବ୍ଲକର ସମସ୍ତ ସହକାରୀ ମତ୍ସ୍ୟ ଅଧିକାରୀର ମାନେ ଯୋଗ ଦେଇଥିଲେ ।

ଏହି ଦିବସରେ ସଫଳ ମତ୍ସ୍ୟ ଚାଷୀ ଭାବରେ ଟିକାବାଲିର ଶ୍ରୀମତୀ ଅଞ୍ଜନା ପ୍ରଧାନ ସଫଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଭାବରେ ଫୁଲବାଣୀ ର ବରଡା ବାଲୁଙ୍କେଶ୍ୱର ଏବଂ ସଫଳ ମତ୍ସ୍ୟ ଉଦ୍ୟୋଗୀ ଭାବରେ ଚକାପାଦର ଶ୍ରୀମତୀ ସୁନୀତା ନାୟକ ଙ୍କୁ ପୁରସ୍କୃତ କରାଯାଇଥିଲା ।

ସହକାରୀ ମତ୍ସ୍ୟ ଅଧିକାରୀ ଫୁଲବାଣୀ ଶ୍ରୀ କାହୁଁ ଚରଣ ମୁଖି ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶେଷରେ ସହକାରୀ ମତ୍ସ୍ୟ ଅଧିକାରୀ, ଖଜୁରୀପଡା ଅରୋଶ୍ରୀ ଅର୍ପିତା ମିଶ୍ର ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସାଙ୍ଗ କରି ଥିଲେ ।

Exit mobile version