୮୦ ଗ୍ରାମ ବ୍ରାଉନସୁଗାର ଜବତ ଜେଲ ଗଲେ ୨ ବେପାରୀ

କେନ୍ଦ୍ରାପଡ଼ା (ଓଡ଼ିଶା ତାଜା ନ୍ୟୁଜ୍)  :- ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ମଙ୍ଗଳବାର ୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ କଷଣଅଣ୍ଟା ଗ୍ରାମର ଜ୍ଞାନ ରଞ୍ଜନ ସାହୁ (୨୩) ଓ ରୁଦ୍ର ପ୍ରକାଶ ରାଉତ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ କେନ୍ଦ୍ରାପଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି ।

ଜିଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗର ଏକ ଟିମ୍ ଆଦର୍ଶ ଥାନା ଅଧୀନ କଷଣଅଣ୍ଟାର ଏକ ଢାବା ପାଖରେ ଅଚାନକ ଚଢ଼ାର କରି ୮୦ ବ୍ରାଉନ ସୁଗାର ଜବତ କରିଥିଲା। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ୫୦ ହଜାର ଟଙ୍କା । ଏ ସଂକ୍ରାନ୍ତରେ ପଟ୍ଟାମୁଣ୍ଡାଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା(ପିଆର ନଂ ୫୧ /୨୫) ରୁଜୁ ହୋଇଛି ।

Exit mobile version