ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତ ଗୁମାଡ଼ି ନଦୀର ଡାଇଭର୍ସନ ରାସ୍ତା ଧୋଇଯିବା ଘଟଣାର ଇତି ମଧ୍ୟରେ ୯ ଦିନ ବିତିଲା। ରାସ୍ତା ଧୋଇଯିବା ଦିନଠାରୁ ପ୍ରତିଦିନ ସେହି ନଦୀରେ ଘଟଣା ଓ ଦୁର୍ଘଟଣା ଦେଖିବାକୁ ମିଳିଛି। ଗୁରୁବାର ଉକ୍ତ ଗୁମାଡ଼ି ନଦୀ ପାର ହେବା ସମୟରେ ଜଣେ ଯୁବକ ଭାସିଯାଉଥିଲେ। ସେ ତିଲୋରୀ ପଞ୍ଚାୟତ ଗଇସବାନ୍ଦା ଗ୍ରାମର ନାଗେଶ୍ୱର ପ୍ରଧାନ ବୋଲି ଜଣାପଡ଼ିଛି। ସେ ଭାସି ଯାଉଥିବା ବେଳେ ନିକଟରେ ଥିବା କିଛି ଯୁବକ ଏହା ଦେଖି ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରିଥିଲେ l
