ଅରୁଣଙ୍କ ଦ୍ରୁତ ଆରୋଗ୍ୟ କାମନାରେ ନୟାଗଡ ସାହିତ୍ୟିକଙ୍କ ବେଦ ମନ୍ତ୍ର ଉଚ୍ଚାରଣ ସହ ଦୀପଦାନ

ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ନୟାଗଡ :- ନୟାଗଡ ସ୍ଥିତ ମା’ ସାଳଭଞ୍ଜ ପୀଠରେ ରାଜ୍ୟମନ୍ତ୍ରୀ ତଥା ଏଠାକାର ବିଧାୟକ ଡ଼.ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହେବା ପରିପ୍ରେକ୍ଷୀରେ ତାଙ୍କର ଦୀର୍ଘ ଓ ନିରାମୟ କାମନା କରି ଆବଶ୍ୟକ କୋଭିଡ ଆଇନ ଅନୁପାଳନ ପୂର୍ବକ ବେଦମନ୍ତ୍ର ଏବଂ ମନ୍ତ୍ର ଉଚ୍ଚାରଣ କରାଯାଇଥିଲା ଶିକ୍ଷକ ଶରତ ଆଚାର୍ଯ୍ୟ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ସାହିତ୍ୟିକ ରାମକୃଷ୍ଣ ରଥ ମନ୍ତ୍ର ଉଚ୍ଚାରଣ କରିଥିଲେ

ସଂସ୍କୃତ ବିଶାରଦ ଅଧ୍ୟାପକ ବିଜୟ ମିଶ୍ରଙ୍କ ସମେତ ଉପସ୍ଥିତ ଅନ୍ୟ ସାରସ୍ୱତ ସାଧକ ମାନେ ବେଦମନ୍ତ୍ର ପାଠ କରିଥିଲେ ପରିଶେଷରେ ବିଶିଷ୍ଟ ଅଭିନେତା ନିରଞ୍ଜନ ନାୟକ,ଯୁବ ସାମାଜିକ କର୍ମୀ ତଥା କବି ରଞ୍ଜନ ରଶ୍ମି ଜେନା, କବି ତଥା, ପ୍ରଭାତ ମିଶ୍ର, ଗାୟକ ବିଜୟାନନ୍ଦ ମହାପାତ୍ର,କବି ତଥା ବିଶିଷ୍ଟ ସାହିତ୍ୟ ସଂଯୋଜକ ଗୋପୀନାଥ ସେଠି, ଶିକ୍ଷକ ସୁଦର୍ଶନ ସାର, ସଂଗୀତଜ୍ଞ ପ୍ରଭାତ ମହାପାତ୍ରଙ୍କ ସମେତ ବିଶିଷ୍ଟ ସାହିତ୍ୟ ସଂଗଠକ ପ୍ରମୋଦ ପଟ୍ଟନାୟକଙ୍କ ସମେତ ଅନ୍ୟ କବୟିତ୍ରୀ ମାନେ ସାମୁହିକ ଦୀପଦାନ ରେ ସାମିଲ ହୋଇଥିଲେ (ରିପୋର୍ଟ-ରାମକୃଷ୍ଣ ରଥ)

Exit mobile version