Home ଓଡ଼ିଶା ଭାରତୀୟ ମୁକ୍ତି ମୋର୍ଚ୍ଚା ଆରଏସଏସ ବିରୋଧରେ କଟୁ ମନ୍ତବ୍ୟ ଦେବା ପ୍ରତିବାଦରେ ଥାନାରେ ଏତଲା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଗଜପତି (ଓଡ଼ିଶା ତାଜା ନ୍ୟୁଜ୍) :- ଗଜପତିରେ ଭାରତୀୟ ମୁକ୍ତି ମୋର୍ଚ୍ଚା ଆରଏସଏସ ବିରୋଧରେ କଟୁ ମନ୍ତବ୍ୟ ଦେବା ପ୍ରତିବାଦରେ ଗଜପତି ଜିଲ୍ଲା ମୋହନା ଥାନା ସମେତ ବିଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କର୍ମକର୍ତ୍ତା । ଗତ ୧ ତାରିଖରେ ଭାରତୀୟ ମୁକ୍ତି ମୋର୍ଚ୍ଚା ସହ ବିଭିନ୍ନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା l ଏହି ଭାରତ ବନ୍ଦ ଅବସରରେ ଭାରତୀୟ ମୁକ୍ତି ମୋର୍ଚ୍ଚା ର ଜଣେ କର୍ମୀ ବ୍ରାହ୍ମଣ ସମାଜ ଓ ଆରଏସଏସ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଆରଏସଏସ ଦେଶରେ ଦଙ୍ଗା କରିବା ସହ ଦଳିତ ଆଦିବାସୀଙ୍କୁ ଅତ୍ୟାଚାର କରି ଆସୁଥିବା ନେଇ ସର୍ବସାଧାରଣ ରେ ମନ୍ତବ୍ୟ ଦେଇଥିଲେ ଭାରତ ମୁକ୍ତି ମୋର୍ଚ୍ଚାର ଜଣେ ସଦସ୍ୟ । ଏଥିସହ ବ୍ରାହ୍ମଣ ମାନେ ବିଦେଶୀ ବୋଲି ମନ୍ତବ୍ୟ ଦେଇଥିଲେ l ଯାହାକୁ ନେଇ ଆରଏସଏସ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବିରେ ଆଜି ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ପକ୍ଷରୁ ମୋହନା ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଯଦି ଗିରଫ ନ କରାଯାଏ ତା ହେଲେ ଆଗାମୀ ଦୀନରେ ତୀବ୍ର ରୂପ ନେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଦାବି ପତ୍ର ପ୍ରଦାନ ବେଳେ ଆରଏସଏସ ଜିଲ୍ଲା ବୌଦ୍ଧିକ ପ୍ରମୁଖ ବଙ୍ଗାଳି ଜାନି, ଧର୍ମ ଜାଗରଣ ପ୍ରମୁଖ ପ୍ରଶାନ୍ତ ସୁବୁଦ୍ଧି, ଖଣ୍ଡ କାର୍ଯ୍ୟବାହ ଯୋଗେନ୍ଦ୍ର ଦଳାଇ, ସଂଘ ସ୍ୱୟଂସେବକ ଜିତେନ୍ଦ୍ର ବେହେରା, ନୀଳାଞ୍ଚଳ ସାହୁ, ତପନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l Categories: ଓଡ଼ିଶା, ଗଜପତି, ହୋମ୍ Related Content New Delhi hosts 3rd World Peace Conclave by Proprietor Abhimanyu Maharana September 28, 2026 କବିରାଜ ଙ୍କ ଘର ନାହିଁ, ବଢ଼ିଲାନି ଭତ୍ତା : ପ୍ରତିଶ୍ରୁତିରେ ଅଟକିଛି ସରକାରୀ ସହାୟତା by Proprietor Abhimanyu Maharana September 28, 2026 ରୋଗୀ’ ନୁହେଁ, ଆମ୍ବୁଲାନ୍ସରେ ଚାଲାଣ ହେଉଥିଲା ଗଞ୍ଜେଇ : ଆମ୍ବୁଲାନ୍ସ, କାର୍ ଓ ପିକ୍ଅପ୍ ଭ୍ୟାନ୍ ଜବତ, ୬ ଗିରଫ by Proprietor Abhimanyu Maharana September 28, 2026 ଲକ୍ଷାଧିକ ଟଙ୍କା ରେ ନିର୍ମିତ ଶୀତଳଭଣ୍ଡାର ଏବେ ନିଜେ ଶୀତଳ : ବର୍ଷବର୍ଷ ଧରି ଅଚଳ ଯନ୍ତ୍ରାଂଶ by Proprietor Abhimanyu Maharana September 28, 2026 ଖୋର୍ଦ୍ଧା ରୋଡ଼ ମଣ୍ଡଳରେ ୧୭ ଜଣ ଅବସରପ୍ରାପ୍ତ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କୁ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା by Proprietor Abhimanyu Maharana September 28, 2026 ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ଅପରପକ୍ଷ ତର୍ପଣ ଆରମ୍ଭ by Proprietor Abhimanyu Maharana September 28, 2026