ଆର,ଉଦୟଗିରି (ଓଡ଼ିଶା ତାଜା ନ୍ୟୁଜ୍) :- ଭାରତ ବନ୍ଦର ପ୍ରଭାବ ମୋହନାରେ ପଡ଼ିଥିବା ବେଳେ ମୁଖ୍ୟ ଜାତୀୟ ରାଜରାସ୍ତାରେ 326 A ରାସ୍ତାରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି l ଏଥିରେ ଡାକ ସେବା ମଧ୍ୟ ପ୍ରଭାବିତ ହୋଇଛି l ମୋହନାରେ ହାଇସ୍କୁଲ ଛକରେ ଆନ୍ଦୋଳନକାରୀ ମାନେ ଦୋକାନ ବଜାର ଠାରୁ ଆରମ୍ଭ କରି ମଟର ସାଇକେଲ ,ସାଇକେଲ , ଗାଡି ଏପରିକି ସାଧାରଣତଃ ସାମ୍ବାଦିକ ମାନଙ୍କୁ ମଧ୍ୟ ଛାଡି ନ ଥିଲେ ଏପରିକି ସାମ୍ବାଦିକମାନଙ୍କୁ ଗାଳିଗୁଲଜ କରିବାକୁ ମଧ୍ୟ ପଛେଇନଥିଲେ l ବିଭିନ୍ନ ପୋଷ୍ଟ ଅଫିସ ଗୁଡ଼ିକରେ ଡ଼ାକ ବ୍ୟାଗ୍ ଦେଇ ପୁଣି ସେଠାରୁ ଡାକ ନେଇ ପାରଳାଖେମୁଣ୍ଡି ମୁଖ୍ୟ ଡାକ ଅଫିସ୍ ଯିବା କଥା l

