ପାରଳାଖେମୁଣ୍ଡି ସହରରେ ଶିକ୍ଷାବିତ ଙ୍କ ଘରୁ ୨ ଭରି ସୁନା : ୨ କିଲୋ ରୂପା ଓ ୫୦ ହଜାର ଟଙ୍କା ଚୋରି

ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) :-  ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରର ଜଣେ ଶିକ୍ଷୟିତ୍ରୀଙ୍କ ଘରୁ ୨ ଭରି ସୁନା ଗାହଣା, ୨ କିଲୋ ରୂପା ଓ ୫୦ ହଜାର ଟଙ୍କା ଚୋରି ହୋଇଥିବା ସୂଚନା ମିଳିଛି l ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗର ଠାରେ ରହୁଥିବା ଶିକ୍ଷୟିତ୍ରୀ ମିତାରାଣୀ ରଥଙ୍କ ଘରୁ ଏହି ଚୋରି ଘଟଣା ଘଟିଛି. ଶିକ୍ଷୟିତ୍ରୀ ମିତାରାଣୀ ପ୍ରତେକ ଦିନ ଭଳି ତାଲା ପକାଇ ସ୍କୁଲକୁ ଯାଇଥିଲେ l

ସ୍କୁଲ ସରିବା ପରେ ଗତକାଲି ରଥଯାତ୍ରାର ଶେଷ ଦିନରେ ଠାକୁରଙ୍କୁ ଦର୍ଶନ କରି ନିଜ ଘରକୁ ନ ଫେରି ବାପ ଘରେ ରହି ଯାଇଥିଲେ l ଆଜି ସକାଳେ ସେ ରହୁଥିବା ବିଶ୍ୱନାଥ ନଗରର ସାହି ପଡିଶା ଲୋକେ ମୋବାଇଲରେ କଲ କରି ଘର କବାଟ ଭଙ୍ଗା ହୋଇଥିବା ଘଟଣା ଜଣାଇଥିଲେ. ଏଥିରେ ଶିକ୍ଷୟିତ୍ରୀ ମିତାରାଣୀ ଘରେ ପହଞ୍ଚି ଦେଖିଥିଲେ l

ଘର କବାଟ ଭଙ୍ଗା ଯିବା ସହ ଟଙ୍କା ସୁନା ରହୁଥିବା ଆଲମାରି ଭଙ୍ଗା ଯାଇଛି l ଆଲମାରିରେ ଥିବା ୨ ଭରି ସୁନା ଗହଣା, ୨ କିଲୋ ରୂପା ଓ ୫୯ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ l ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସକୁ ଜଣାଇବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଅନୁଧ୍ୟାନ କରିବା ସହ ଚୋରକୁ ଧରିବା ପାଇଁ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି l

Exit mobile version