୧୬ ନଂ ଜାତୀୟ ରାଜପଥରେ ଲାଗିଲା ମା ଉଗ୍ରତାରାଙ୍କ ନାମ ଫଳକ

ଟାଙ୍ଗୀ  (ଓଡ଼ିଶା ତାଜା ନ୍ୟୁଜ୍)  :-  ଖୋରଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧିନ ମୂଳିଝରଗଡ଼ ସ୍ଥିତ ସୁପ୍ରତିଷ୍ଠିତ ତନ୍ତ୍ରପୀଠ ଷୋଳପାଣି ମା ଉଗ୍ରତାରାଙ୍କ ପୀଠ। ମାଙ୍କ ପୀଠରେ ତାନ୍ତ୍ରିକ ଉପଚାର ରେ ପୂଜାର୍ଚନା ପାଇଁ  ଏହି ପୀଠକୁ ବର୍ଷ ତମାମ ରାଜ୍ୟ ଓ ରାଜ୍ୟ ବାହାରର ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଛୁଟିଆସନ୍ତି ମାଙ୍କ ଆଶିଷ ଲାଭ ପାଇଁ ।

  ଓଡିଶା ପର୍ଯଟନ ମାନଚିତ୍ରରେ ସୁପ୍ରତିଷ୍ଠିତ ମା ଉଗ୍ରତାରାଙ୍କ ପୀଠ ରୂପେ ପରିଚିତ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ମାଙ୍କ ପୀଠକୁ ଯିବାପାଇଁ ସେମିତି କିଛି  ନିର୍ଦ୍ଧିଷ୍ଟ ସୂଚନା ଫଳକ ନଥିଲା ।  ସୂଚନା ଫଳକରେ କେବଳ ମନ୍ଦିରକୁ ରାସ୍ତା ଲେଖା ହୋଇଥିଲା । ଯାହା ଫଳରେ ମାଙ୍କ ପୀଠକୁ ଆସୁଥିବା ଭକ୍ତମାନେ ବହୁ ସମୟରେ ଭ୍ରମିତ ହୋଇଯାଉଥିଲେ ।

ଏ ସମ୍ପର୍କରେ  ଖୋରଧା ଜିଲ୍ଲାପାଳ ଚଞ୍ଚଳ ରଣାଙ୍କୁ  ଅବଗତ କରାଯାଇଥିଲା । ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ ତୁରନ୍ତ ନାମ ଫଳକ ଲାଗିବ । ତାହା ଆଜି ସମ୍ପୂର୍ଣ ହୋଇଛି। ପୂର୍ତ୍ତ ବିଭାଗ ପକ୍ଷରୁ ସଠିକ ସୂଚନା ଫଳକ ଲାଗିଛି । ଏଣୁ ଜିଲ୍ଲାପାଳ ଓ ପୂର୍ତ୍ତ ବିଭାଗକୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ବାସିନ୍ଧା ।

Exit mobile version