ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଗତ ଜୁଲାଇ ୧ ତାରିଖ ଦିନ ବିଭିନ୍ନ ଖବରକାଗଜରେ ଖବର ପ୍ରସାରିତ ହେବାପରେ କିଡନୀ ରୋଗରେ ଆକ୍ରାନ୍ତ ସବିତା କୁଂ ସହାୟତା ର ହାତ ବଢାଇଛନ୍ତି କଟକ ଜିଲ୍ଲା ନରସିଂହପୁର ମୁକ୍ତି ସଂଗଠନ ର ସଭାପତି ସୁଶାନ୍ତ ମହାନ୍ତି । ପ୍ରକାଶ ଥାଉକି , କିଡନୀ ରୋଗରେ ଆକ୍ରାନ୍ତ ହୋଇ ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଡାପାଜୁ ଗାଁର ପ୍ରହଲ୍ଲାଦ ନାୟକ ଙ୍କ ସ୍ତ୍ରୀ ସବିତା ନାୟକ ସଜ୍ୟାସାୟୀ ହୋଇ ପଡିଥିଲେ । ସେ ଅନେକ ଡାକ୍ତରଖାନା ବୁଲିବା ପରେ,ଅର୍ଥାଭାବରୁ , କିଂ କର୍ତ୍ତବ୍ୟ ବିମୁଢ ହୋଇ ଘରେ ନିରାଶ ହୋଇ ପଡ଼ି ରହିଥିଲେ ।
