କଟକ (ଓଡ଼ିଶା ତାଜା ନ୍ୟୁଜ୍) :- କଟକ ଜିଲ୍ଲା ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟରେ ଗ୍ରନ୍ଥାଗାରିକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ଆକାଶ କୁମାର ମାଝୀଙ୍କ ଆଜି ପ୍ରାତଃ ସମୟରେ ହୃଦଘାତ ଯୋଗୁ ଅକାଳ ବିୟୋଗ ଘଟିଛି । ଶ୍ରୀ ମାଝୀ ୧୯୮୬ ମସିହା ନଭେମ୍ବର ୨୨ ତାରିଖରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ । ତାଙ୍କର ଅକାଳ ବିୟୋଗରେ ଆଜି କାର୍ଯ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।
