Home ଓଡ଼ିଶା ପୁରୀ ରଥଯାତ୍ରାରେ ଶୋଭନୀୟ ବାହିନୀର ସେବା କାର୍ଯ୍ୟ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀ ରଥଯାତ୍ରା ମହୋତ୍ସବ ସମୟରେ ଆନ୍ତର୍ଜାତୀକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଓ ସମାଜ ସେବା ଶିବିର ସ୍ଥାପନ କରାଯାଇଥିଲା। ଏହି ଦାତବ୍ୟ ଶିବିରରେ ଭକ୍ତମାନଙ୍କୁ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସୁବିଧା , ପାନୀୟ ଜଳ ଦାନ, ଲେମ୍ବୁ ସରବତ୍, ଗ୍ଲୁକୋଜ ପାଣି, ପରିମଳ ଓ ପରିଚ୍ଛନ୍ନତା ଆଦି ସେବା ଯୋଗାଇ ଦିଆଯାଇଥିଲା। ଗୁଣ୍ଡିଚା ମନ୍ଦିର ନିକଟରେ ସ୍ଥାପନ କରାଯାଇଥିବା ଏହି ଶିବିରରେ ରଥଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଦଶ ଦିନ ଧରି ଲକ୍ଷାଧିକ ଲୋକଙ୍କୁ ମାନବୀୟ ସେବା ପ୍ରଦାନ କରାଯାଇଥିବା ଜଣାଯାଇଛି । ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡଃ. ଅରୁନ୍ଧତୀ ଦେବୀଙ୍କର ତତ୍ତ୍ୱାବଧାନରେ ଆନ୍ଦୋଳନର ସ୍ଵେଚ୍ଛାସେବକମାନେ ବାହୁଡ଼ା ଯାତ୍ରା ଦିନ ବଢି ଭୋରରେ ତିନି ରଥର ଚାରିପଟେ, ବଡଦାଣ୍ଡରେ ଓ ଶରଧା ବାଲିରେ ସ୍ଵତନ୍ତ୍ର ପରିଷ୍କାର ପରିଚ୍ଛନ୍ନତା ଓ ପରିମଳ ସୁରକ୍ଷା ଅଭିଯାନ ଚଳାଇଥିବା ପ୍ରାପ୍ତ ସୂଚନାରୁ ପ୍ରକାଶ । ଏହି ସ୍ୱାସ୍ଥ୍ୟ ଶିବିରକୁ ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଡଃ. ଅମୂଲ୍ୟ କୁମାର ବିଶି ଏବଂ ବରିଷ୍ଠ ଚିକିତ୍ସାବିତ ଡଃ. ଗାୟତ୍ରୀ ମହାନ୍ତି ଉଦଘାଟନ କରିଥିଲେ । ଡଃ. ଶିବବ୍ରତ କରଣ ଏବଂ ଡଃ. ମାନସ ବୃହସ୍ପତି ବିଶି ରୋଗୀମାନଙ୍କୁ ଚିକିତ୍ସା କରିବା ସାଙ୍ଗକୁ ଔଷଧ ବିତରଣ କରିଥିଲେ। ବଂଶୀଧର ସାହୁ ଏବଂ ଦେବାଶିଷ ସାହୁ ଔଷଧ ବିତରଣ କାର୍ଯ୍ୟରେ ସହଯୋଗ କରିଥିଲେ। ଶୋଭନୀୟ ଆନ୍ଦୋଳନର ବରିଷ୍ଠ ସଦସ୍ୟ ଗୁରୁମା ମମତା ପ୍ରଧାନ ଶିବିର ପରିଚାଳନାର ଟିକିନିଖି ବ୍ୟବସ୍ଥାକୁ ତଦାରଖ କରିଥିଲେ। ମନୋରମା ଦେବୀ, ଗୀତାଞ୍ଜଳି ସ୍ଵାଇଁ, ଉର୍ମିଳା ବେହେରା, କେଦାରଲକ୍ଷ୍ମୀ ଦାଶ, ବିଦ୍ୟୁତପ୍ରଭା ମିଶ୍ର, ଚାରୁଲତା ଦେବୀ, ବିଦୁଲତା ସତପଥି, ରେଣୁବାଳା ବିଶ୍ଵାଳ, ଗୀତା ସାହୁ, ମନୋରଞ୍ଜନ ମହାନ୍ତି, ମାନସ କୁମାର ,ଶ୍ରୀମାନ କଳ୍ପତରୁ, ନିଗମାନନ୍ଦ, ରାକେଶ ସାହୁ ଏବଂ ପ୍ରଦୀପ କୁମାର ଜେନା ପ୍ରମୁଖ ଜଳଦାନ ଓ ପରିମଳ ବ୍ୟବସ୍ଥାର ସଂଚାଳନ କରିଥିଲେ। ସ୍ୱାସ୍ଥ୍ୟସେବା ଶିବିରରେ ଅଧ୍ୟାପକ ଇନ୍ଦ୍ରମଣି ନାୟକଙ୍କର ମାର୍ଗ ଦର୍ଶନ ରେ କିର୍ତ୍ତୀମାନ, ଚନ୍ଦନ, ସୌମ୍ୟ, ଆଶିଷ, ସରୋଜ, ବିଶାଳ, ବିଶ୍ଵଜିତ,ମାମା, ନିନି ପ୍ରମୁଖ ଶୋଭନୀୟ ଯୁବ ବାହିନୀର ସଦସ୍ୟ ସଦସ୍ୟା ମାନେ ଦିନ ରାତି ଅସୁସ୍ଥ ଭକ୍ତମାନଙ୍କୁ ସେବା ଯୋଗାଇ ଦେଇଥିଲେ। ରଥଯାତ୍ରା ଓ ବାହୁଡ଼ା ଯାତ୍ରାରେ ପ୍ରତ୍ୟହ ପ୍ରାୟ ପାଞ୍ଚ ଶହରୁ ଊର୍ଦ୍ଧ୍ୱ ରୋଗୀଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଇଥିଲା । ଅନ୍ୟ ଦିନମାନଙ୍କରେ ହାରାହାରି ତିନି ଶହରୁ ଊର୍ଦ୍ଧ୍ୱ ଅସୁସ୍ଥ ଭକ୍ତଙ୍କୁ ଏହି ଶିବିରରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଥିଲା। ରବୀନ୍ଦ୍ର ବେହେରା, କୈଳାସ ଚନ୍ଦ୍ର ଦାଶ ଓ ଶାନ୍ତନୁ ଜେନା ପ୍ରମୁଖ ଆମ୍ବୁଲାନ୍ସ ଗାଡ଼ି ଚାଳନାରେ ସହଯୋଗ କରିଥିଲେ । ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ତଥା ସମ୍ପାଦିକା ଗୁରୁମା ଡଃ. ଅରୁନ୍ଧତୀ ଦେବୀଙ୍କର ନେତୃତ୍ବରେ ଉଦୟଗିରି, କଟକ, ପୁରୀ, କୋଣାର୍କ, ରାଉରକେଲା, ଭୁବନେଶ୍ବର,କରଞ୍ଜିଆ ,ଅନୁଗୁଳ, ବୁଗୁଡ଼ା, ସମ୍ବଲପୁର ଓ ମହ୍ଲାରପଦା ଆଦି ଶୋଭନୀୟ ଶିକ୍ଷାଶ୍ରମମାନଙ୍କରୁ ଆସିଥିବା ଶୋଭନୀୟ ବାହିନୀର ସଭ୍ୟ ସଭ୍ୟାମାନେ ଏହି ସ୍ୱାସ୍ଥ୍ୟ ଓ ସମାଜସେବା ଶିବିରକୁ ବେଶ ସଫଳତାର ସହିତ ସମ୍ପନ୍ନ କରିବାରେ ସକ୍ରିୟ ସହଯୋଗ ପ୍ରଦାନ କରିଥିବା ଜଣାଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ପୁରୀ, ହୋମ୍ Related Content ଟିବି ମୁକ୍ତ ନୟାଗଡ଼ ପାଇଁ ‘ଜୋସ୍’ (JOSH) ଟିମ୍ ଗଠନ : ଟିବି ମୁକ୍ତ ପଞ୍ଚାୟତକୁ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 ନୟାଗଡ଼ ଜିଲ୍ଲାବାସୀଙ୍କ ନୀରବ ସମର୍ଥନ ପାଇଁ ବନ୍ଦ ସମ୍ପୂର୍ଣ୍ଣ ସଫଳ : ଇଣ୍ଡିଆ ମେଣ୍ଟ by Proprietor Abhimanyu Maharana October 8, 2026 ସିଲଭର ଗାନ୍ଧୀଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଭବ୍ୟ ସମ୍ବର୍ଦ୍ଧନା by Proprietor Abhimanyu Maharana October 8, 2026 Chief Minister warmly felicitates Silver Gandhi by Proprietor Abhimanyu Maharana October 8, 2026 ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026