ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ୍) :- ଜନ୍ମବେଦୀରେ ଲୀଳାଖେଳ ସାରି ବଡ ଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ଧରି ଆଜି ରତ୍ନ ବେଦୀ କୁ ଫେରିଛନ୍ତି l ହଜାର ହଜାର ଭକ୍ତଙ୍କ ସମାଗମରେ ଭାବଭକ୍ତି, ଘଣ୍ଟନାଦରେ ପୁରି ଉଠିବା ସହ ଲୋକାରଣ୍ୟ ହୋଇଥିଲା ବାଲିଗୁଡା ସହର, ଭକ୍ତ ଓ ଭଗବାନ ଏକାଠି ହୋଇଥିଲେ l ପହଣ୍ଡି ବିଜେ ପରେ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି ।
