ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବିଶ୍ବନିୟନ୍ତା ଲୀଳାମୟଙ୍କ ଲୀଳାକ୍ଷେତ୍ର ଶ୍ରୀକ୍ଷେତ୍ର । ଲୀଳାମୟଙ୍କ ମାନବୀୟ ଲୀଳାଖେଳା ଚାଲିଛି । ଭାବର ଠାକୁର କାଳିଆ । କାଳିଆ ଭକ୍ତି ଭାବରେ ବନ୍ଧା । କାଳିଆ ଆଖି ସହ ଭକ୍ତର ଚର୍ମ ଆଖି ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ପାଲଟିଛି ଭକ୍ତମୟ ଜନସମୁଦ୍ର ।ପ୍ରାଚୁର୍ଯ୍ୟ,ଐଶ୍ଵର୍ଯ୍ୟ ଓ ମାଧୁର୍ଯ୍ୟର ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡଦାଣ୍ଡରେ ବଡଦେଉଳ ଭିତରେ ବଡଠାକୁର ବିଶ୍ଵବିଦିତ ଜଗତକର୍ତ୍ତା ଜଗତରନାଥ ଶ୍ରୀଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଅନ୍ଯତମ ଆକର୍ଷଣ ହେଉଛି ମହାପ୍ରଭୁଙ୍କ ସୁନାବେଶ । ଶୃଙ୍ଗାର ପ୍ରିୟ ଠାକୁରଙ୍କ ଚବିଶ ବେଶ ମଧ୍ଯରେ ଶ୍ରୀମନ୍ଦିରରେ ବାଇଶିଟି ବେଶ ହୋଇଥାଏ ।
