ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ବିରିଡି ବ୍ଲକ ଅନ୍ତର୍ଗତ ହାଜିପୁର ଧ୍ୟାନକୁଦ ପୀଠରେ ଥିବା ଶ୍ରୀ ଜଗନାଥ ମନ୍ଦିରର ଶ୍ରୀ ଜିଉ ମାନଙ୍କ ସୁନାବେଶ ରବିବାର ରଥ ଉପରେ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ରବିବାର ପ୍ରଭାତରୁ ମହାପ୍ରଭୁଙ୍କର ଦୈନନ୍ଦିନ ମହା ସ୍ନାନ, ବାଲ୍ୟ ଭୋଗ କରାଯିବାପରେ ମହାପ୍ରଭୁଙ୍କ ପାଖରେ ଏକାଦଶୀ ତିଥିରେ ବିଷ୍ଣୁ ସହସ୍ର ନାମ ପଢ଼ାଯାଇ ତୁଳସୀ ଅର୍ପଣ କରାଯାଇଥିଲା l ମଧ୍ୟାହ୍ନ ସମୟରେ ପ୍ରଭୁ ଙ୍କ ନିକଟରେ ଫଳ ଭୋଗ କରାଯାଇ ମଧ୍ୟାହ୍ନ ନୀତି ସମ୍ପୂର୍ଣ କରାଯାଇଥିଲା l ପ୍ରଭୁଙ୍କ ଦର୍ଶନ ପାଇଁ ଖୋଲା ଯାଇଥିଲା ମଧ୍ୟାହ୍ନ 2 ଟା ସମୟରେ ପହୁଡ଼ କରାଯାଇଥିଲା l
ଦିବା 4 ଘଟିକା ସମୟରେ ଜିଉ ମାନଙ୍କୁ ସୁନାବେଶ କରାଯାଇଥିଲା l ପରେ ଶ୍ରଦ୍ଧାଳୁ ଭକ୍ତ ମାନେ ପ୍ରଭୁଙ୍କୁ ଦର୍ଶନ କରଥିଲେ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ କରାଯାଇ ମନ୍ଦିର ନୀଳଚକ୍ରରେ ପତାକା ବନ୍ଧାଯାଇ ମହାଦୀପ ଉଠା ଯାଇଥିଲା l ରାତ୍ର 11 ଘଟିକା ସମୟରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ କରାଯାଇଥିଲା l ସନ୍ଧ୍ୟାରେ ଜଗା ବଳିଆ ଭଜନ ସନ୍ଧ୍ୟା ଭଜନ ପରିବେଷଣ କରିଥିଲେ l ଭଜନ ସନ୍ଧ୍ୟାକୁ ପିଠାଧୀସ ଆଚାର୍ଯ୍ୟ ବାବା ଅରକ୍ଷିତଦାସ, ବିଶ୍ୱାବସୁ ବିଭୁଦତ ସାହୁ ଓ ମୁଦିରସ୍ଥ ବିଜୟ ମିଶ୍ର ଉଦ୍ଘାଟନ କରିଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ବିଶ୍ୱାବସୁ ବିଭୁଦତ ସାହୁ ଙ୍କ ନେତୃତ୍ୱରେ ସମସ୍ତ ବାଡ଼ଗ୍ରାହୀ, ଦୈତାପତି ସେବକ ଓମହାପ୍ରଭୁଙ୍କ ସେବକ, ପୂଜାପଣ୍ଡା ମାନଙ୍କ ଦ୍ୱାରା ସମ୍ପୂର୍ଣ କରାଯାଇଥିଲା l
