ବିରିଡିରେ ମହରମ ପର୍ବ ପାଳିତ

ଜଗତସିଂହପୁର (ଓଡ଼ିଶା ତାଜା ନ୍ୟୁଜ୍) :- ଜଗତସିଂହପୁର ଜିଲା ରେ ରବିବାର ମହରମ ପର୍ବ ପାଳିତ ହୋଇଯାଇଛି l ମହରମ ହେଉଛି ଇସଲାମ ଧର୍ମର ଆରମ୍ଭ l ଏହି ମାସ 10 ତାରିଖରେ ୟୋମେ ଆସୁରା ଵା ସହିଦ ଦିବସ ମୁସଲମାନ ଭାଇ ମାନେ ପାଳନ କରନ୍ତି l ମୋହରମ ପର୍ବରେ ବିଶେଷ କରି ତାଜିଆ ବାହାର କରି ବିଭିନ୍ନ ସ୍ଥାନ ପରିକ୍ରମା କରନ୍ତି l ବିଶେଷ କରି ବିରିଡି ର ବେତମାଳିଆ ବସ୍ତିରେ ତାଜିଆ ବାହାରିଥାଏ l ମୁସଲମାନ ଭାଇମାନେ ଏକତ୍ରିତ ହୋଇ ଏହି ସହିଦ ଦିବସକୁ ପାଳନ କରନ୍ତି l ସିଆ ସମ୍ପ୍ରଦାୟର ମୁସଲମାନମାନେ କଳା କପଡା ପରିଧାନ କରି ଦୁଃଖ ପ୍ରକଟ କରିଥାନ୍ତି l

680 ଖ୍ରୀଷ୍ଟାବ୍ଦ ରେ ସିରିଆର ବାଦଶାହ ୟାଜିଦ ଲୋକମାନଙ୍କ ପ୍ରତି ବହୁ ଅନ୍ୟାୟ ଅତ୍ୟାଚାର କରୁଥିଲେ l ତାକୁ ମହମ୍ମଦ ଙ୍କ ନାତି ହୁସେନ ବିରୋଧ କରୁଥିଲେ l ତେଣୁ ନ୍ୟାୟପାଇଁ ତାଙ୍କର 72 ଜଣ ସାଥୀ ଙ୍କ ସହିତ ୟଜିଦ ଇରାକ ର କରବାଲା ମୈଦାନରେ ଯୁଦ୍ଧ କରି ସମସ୍ତ ସାଥୀ ଓ ତାଙ୍କର 6 ମାସର ଶିଶୁ ପୁତ୍ର ଅଲ୍ଲୀ ଅଜଗର ଙ୍କ ସହିତ ସହିଦ ହୋଇଥିଲେ l ତେଣୁ ତାଙ୍କୁ ମନେ ପକାଇ ମୁସଲମାନ ଭାଇମାନେ ଉକ୍ତ ସହିଦ ଦିବସକୁ ପାଳନ କରନ୍ତି ତାର ନାମ ମହରମ ପର୍ବ l ବୋଲି l ବାଲିଆ ଭବାନୀପୁର ର ଆୟୁବ ସାହା କହିଛନ୍ତି l ସମସ୍ତ ମୁସଲମାନ ଭାଇମାନେ ସନ୍ଧ୍ୟାରେ କୋରାନ ପାଠ କରି ଦେଶପାଇଁ ମଙ୍ଗଳ କାମନା କରନ୍ତି l ଏହି ଅବସରରେ ଜଗତସିଂହପୁର ଜିଲ୍ଲା ମାଇନର କମିଟି ସଭାପତି ( ବିଜେଡି )ର ଆଜମୀର ଅଲ୍ଲୀ ସମସ୍ତ ଙ୍କୁ ସୁଭେତ୍ସା ଜଣାଇଛନ୍ତି l

Exit mobile version