Home ଓଡ଼ିଶା ଆଶୀର୍ବାଦ ଲୁଣ ‘ଆୟୋଡିନ ର ତିଳକ’ରଥ ଯାତ୍ରା ଅଭିଯାନ ଭ୍ରାମ୍ୟମାଣ ଆକାରରେ ପହଞ୍ଚୁଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବ୍ରାଣ୍ଡ୍ ଆୟୋଡିନ ସମ୍ପର୍କରେ ସମଗ୍ର ପୁରୀ, ଭୁବନେଶ୍ୱର, କୋଣାର୍କ ଏବଂ କଟକରେ ସଚେତନତା ସୃଷ୍ଟି କରିବାକୁ ପଥପ୍ରାନ୍ତ ନାଟକର ସୁଯୋଗ ନେଉଛି l ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ପୁରୀରେ ‘ଜୟ ଜଗନ୍ନାଥ‘ ପବିତ୍ର ଧ୍ୱନିରେ ଗଗମ ପବନ ପ୍ରତିଧ୍ୱନିତ ହେଉଥିବାବେଳେ ଆଶୀର୍ବାଦ ଲୁଣ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ତାହାର ‘ଆୟୋଡିନ ର ତିଳକ’ଅଭିଯାନ ସହିତ ପ୍ରତ୍ୟାବର୍ତ୍ତନ କରିଛି । ଚଳିତ ବର୍ଷ ଏହି ବ୍ରାଣ୍ଡ୍ ଆୟୋଡିନର ଗୁରୁତ୍ୱ ସମ୍ପର୍କରେ ଜନସମୁଦାୟଙ୍କୁ ପ୍ରଶିକ୍ଷିତ କରିବା, ଏ ସମ୍ପର୍କିତ ଆଲୋଚନାକୁ ଆଗକୁ ବଢାଇବା ଏବଂ କାହାଣୀ କଥନର କଳା ଜରିଆରେ ଦର୍ଶକଙ୍କ ସହିତ ଭାବପ୍ରବଣ ଭାବରେ ଯୋଡି ହେବାକୁ ଏକ ଶକ୍ତିଶାଳୀ ନୂଆ ମାଧ୍ୟମ ପଥ ନାଟକ (ପ୍ରତ୍ୟକ୍ଷ ପଥପ୍ରାନ୍ତ ନାଟକ ପ୍ରଦର୍ଶନ) ଆରମ୍ଭ କରିଛି । ପଥପ୍ରାନ୍ତ ନାଟକ ରଥ ଯାତ୍ରାର କାହାଣୀ ଏବଂ ପ୍ରତିଦିନ ଆହାରରେ ଆୟୋଡିନର ଗୁରୁତ୍ୱକୁ ଏକତ୍ରିତ କରୁଛି । ଏହି ପ୍ରତ୍ୟକ୍ଷ ପ୍ରଦର୍ଶନ ସ୍ଥାନୀୟ ମଞ୍ଚ କଳାକାରମାନଙ୍କ ଦ୍ୱାରା ଅଭିନୀତ ହେଉଥିବାବେଳେ ଏଥିରେ ଜଣେ ମା’ କିଭଳି ନିଜ ପିଲାର ସ୍କୁଲରେ ପ୍ରଦର୍ଶନକୁ ନେଇ ଚିନ୍ତିତ ଅଛନ୍ତି ଏବଂ ଡାକ୍ତର ସେମାନଙ୍କୁ ଆୟୋଡିନ ଅଭାବ ଦୂରକରିବା ଏବଂ ମସ୍ତିଷ୍କର ବିକାଶ ନିମନ୍ତେ ଆୟୋଡିନଯୁକ୍ତ ଲୁଣ ବ୍ୟବହାର ଉପରେ ପରାମର୍ଶ ଦେଉଛନ୍ତି ତାହା ପ୍ରଦର୍ଶିତ ହେଉଛି । ଏହି ନାଟକରେ ଲୋକକଥାର ଅବତାରଣା, ହାସ୍ୟରସ ଏବଂ ଭାବପ୍ରବଣତାର ସମ୍ମିଶ୍ରଣ ଘଟିଛି ଯାହା ଏକ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଆୟୋଡିନଯୁକ୍ତ ଲୁଣ କେବଳ ରୋଷେଇ ଘର ସାମଗ୍ରୀ ନୁହେଁ, ଏହା କ୍ରମବର୍ଦ୍ଧିଷ୍ଣୁ ପିଲାଙ୍କର ମସ୍ତିଷ୍କ ବିକାଶ ଏବଂ ସେମାନଙ୍କର ଜୀବଦ୍ଦଶାରେ ବୋଦ୍ଧିକ ସାମର୍ଥ୍ୟରେ ବୃଦ୍ଧି ଘଟାଇବାରେ ସହାୟତା କରୁଛି । ଏହି ପ୍ରୟାସର କେନ୍ଦ୍ରସ୍ଥଳରେ ରହିଛି ପ୍ରତୀକାତ୍ମକ ‘ଆୟୋଡିନ ର ତିଳକ’- ଯାହା ଭକ୍ତମାନଙ୍କ ଲଲାଟରେ ଆୟୋଡିନ ଦ୍ରବଣ ସମ୍ମିଶ୍ରିତ ଘୋରା ଚନ୍ଦନକାଠର ତିଳକ ଲେପନ କରାଯାଉଛି ଏବଂ ଏହା ଶରୀର ପାଇଁ ଆୟୋଡିନ ଖୋରାକ ପ୍ରଦାନର ପ୍ରତୀକାତ୍ମକ ଏବଂ ଶାରୀରିକ ଯୋଗାଣ ହେଉଛି । ଏହି ବିଧି ବିଧାନକୁ ଅଧିକ ପରିପୁଷ୍ଠ କରିବାକୁ ସାମୁହିକ ସ୍ୱାସ୍ଥ୍ୟ ସମ୍ପର୍କିତ ଶପଥ ପାଠ କରାଯାଉଛି, ଯେଉଁଥିରେ ପ୍ରତ୍ୟେକ ପରିବାରକୁ ସେମାନଙ୍କର ଦୈନନ୍ଦିନ ଭୋଜନରେ ଆୟୋଡିନଯୁକ୍ତ ଲୁଣକୁ ଏକ ମୁଖ୍ୟ ଉପାଦାନ ଭାବରେ ସାମିଲ କରିବାକୁ ନିବେଦନ କରାଯାଉଛି । ଶ୍ରୀ ଅନୁଜ ରୁସ୍ତଗୀ, ସିଓଓ, ଷ୍ଟାପଲ୍ସ୍ ଆଣ୍ଡ ଆଡନାଜନ୍ସେସିଜ୍, ଫୁଡ୍ସ୍ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, ‘ଆୟୋଡିନ ର ତିଳକ’ ସହିତ ଆମେ ପରିବାରଗୁଡିକୁ ଆାୟୋଡିନ ଅଭାବ ଜନିତ ଆପଦ ସମ୍ପର୍କରେ ପ୍ରଶିକ୍ଷିତ କରିବା ଜାରି ରଖିଛୁ । ଆୟୋଡିନଯୁକ୍ତ ଲୁଣ ମସ୍ତିଷ୍କର ବିକାଶ, ବିଶେଷକରି ପିଲାମାନଙ୍କ ପାଇଁ ଆୟୋଡିନର ଆବଶ୍ୟକତା ପୂରଣ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଚଳିତ ବର୍ଷ ପଥପ୍ରାନ୍ତ ନାଟକ ଜରିଆରେ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାକୁ ସିଧାସଳଖ ଜନସମୁଦାୟଙ୍କ ନିକଟରେ ପହଞ୍ଚାଉଛୁ ଏବଂ ଏହାକୁ ନିୟୋଜନକାରୀ, ସୁଲଭ୍ୟ ଏବଂ ସଂସ୍କୃତି ଭାବରେ ଗଭୀର ଜଡିତ କରିବା ପ୍ରଚେଷ୍ଟା କରୁଛୁ । ଏହି ପ୍ରୟାସ ଜରିଆରେ ଦୈନନ୍ଦିନ କାର୍ଯ୍ୟ ଭାବରେ ଆଶୀର୍ବାଦ ଲୁଣ ରୁ ଥରକରେ ଚିମୁଟାଏ ଲୁଣ ପ୍ରତ୍ୟେକ ରୋଷେଇ ଘରେ ପୁଷ୍ଟିସାଧନ ସହଯୋଗୀ ଭାବରେ ବ୍ୟବହାର କରିବାର ଅଭ୍ୟାସ ସୃଷ୍ଟି ଆଶା କରୁଛୁ ।” କ୍ଷେତ୍ରସ୍ତରରେ ଅନୁଭୂତି ହାସଲର ଅଂଶ ଭାବରେ ପୁରୀରେ ଜୁନ୍ ୩୦ ତାରିଖରେ ଏକ ପଥପ୍ରାନ୍ତ ନାଟକ ବଡଦାଣ୍ଡରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ଭକ୍ତମାନେ ମଧ୍ୟ ଜୁନ୍ ୨୭ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ‘ଆୟୋଡିନ କା ତିଲକ୍’ ପାଇପାରୁଛନ୍ତି । । ପଥପ୍ରାନ୍ତ ନାଟକ ଭ୍ୟାନ୍ ଭୁବନେଶ୍ୱର (୨୭-୨୯ ଜୁନ୍) ଗସ୍ତ କରିବା ସହିତ କୋଣାର୍କକୁ (ଜୁଲାଇ ୧)ରେ ଗସ୍ତ କରିସାରିଛି ଏବଂ ସମ୍ପ୍ରତି ଏହା କଟକକୁ (୨-୫ ଜୁଲାଇ) ଯାତ୍ରା କରିଛି ଯାହା ପୁରୀ ବାହାରେ ମଧ୍ୟ ଏହି ଅଭିଯାନର ବାର୍ତ୍ତାର ଅନୁଭୂତି ପାଇବା ପରିବାରଗୁଡିକ ନିମନ୍ତେ ସୁନିଶ୍ଚିତ କରୁଛି । Categories: ଓଡ଼ିଶା, ପୁରୀ, ବାଣିଜ୍ୟ, ହୋମ୍ Related Content ତୋ ଛଡ଼ା ମୋ କେହି ନାହିଁ ' ଭଜନ ଶ୍ରୋତାର୍ପଣ by Proprietor Abhimanyu Maharana August 4, 2026 କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନଙ୍କ ତୃତୀୟ ପର୍ଯ୍ୟାୟ ପ୍ରଶିକ୍ଷଣ ଆରମ୍ଭ by Proprietor Abhimanyu Maharana August 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫ ବର୍ଷିଆ ବୁଝାମଣାପତ୍ର ସ୍ୱାକ୍ଷର by Proprietor Abhimanyu Maharana August 4, 2026 ଜାତୀୟ ସ୍ତରର ପ୍ରତିଯୋଗିତାରେ ଓଡ଼ିଶା ପୋଲିସ କ୍ରୀଡାବିତଙ୍କ ଚମକ : କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି by Proprietor Abhimanyu Maharana August 4, 2026 କ୍ରୀଡ଼ା କ୍ଷେତ୍ରରେ ମିଳିମିଶି କାମ କରିବେ ଓଡ଼ିଶା ଓ ବିହାର; ବିହାର କ୍ରୀଡ଼ା ମନ୍ତ୍ରୀଙ୍କ ଚାରିଦିନିଆ ଓଡ଼ିଶା ଗସ୍ତ ଉଦ୍ଯାପିତ by Proprietor Abhimanyu Maharana August 4, 2026 ରାଷ୍ଟ୍ରପତି ଭବନ ରେ ସ୍ଥାପିତ ହେବ ୩ ରଥ ର ତିନୋଟି ଚକ by Proprietor Abhimanyu Maharana August 4, 2026