Home Uncategorized ପୁରୀ ରଥ ଯାତ୍ରାରେ ଆଶୀର୍ବାଦ ଭକ୍ତଗଣଙ୍କୁ ‘ଭକ୍ତି ପଥେ’ ଆଗେଇ ନେଉଛି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ଆଶୀର୍ବାଦ ଶୁଦ୍ଧ ଚକି ଅଟ୍ଟା ପକ୍ଷରୁ ଭର୍ଚୁଆଲ ପଦ୍ଧତିରେ ଭକ୍ତମାନଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ପ୍ରସାଦ ପ୍ରସ୍ତୁତି ଓ ଅର୍ପଣ ସହିତ ଏକ ଅନ୍ତର୍ନିବେଶୀ ଆଧ୍ୟାତ୍ମିକ ଯାତ୍ରାରେ ନିଆଯାଇଥିଲା ଏବଂ ଆରାଧ୍ୟ ଦେବତାମାନଙ୍କର ହୋଲୋଗ୍ରାଫିକ ଦର୍ଶନ ସହିତ ସେଥିରେ ପରିସମାପ୍ତି ଘଟିଥିଲା ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ବହୁ ବର୍ଷ ଧରି ଭାରତର ୧ ନମ୍ବର ପ୍ୟାକେଜଡ୍ ଅଟ୍ଟା ବ୍ରାଣ୍ଡ୍ ଆଶୀର୍ବାଦ ରଥ ଯାତ୍ରା ଉତ୍ସବର ଏକ ଆକାଂକ୍ଷିତ ଅଂଶ ହୋଇ ରହିଆସିଛି । ଚଳିତ ବର୍ଷ ମଧ୍ୟ ଆଶୀର୍ବାଦ ସର୍ବାଧୁନିକ ଯୁଗର ପ୍ରଯୁକ୍ତିବିଦ୍ୟା ସହିତ ବହୁ ପୁରାତନ ପରମ୍ପରାକୁ ସଂଯୋଗ କରୁଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ଅନ୍ତର୍ବିଶିଷ୍ଟକାରୀ ଏହି ଧରଣର ପ୍ରଥମ ସକ୍ରିୟ କାର୍ଯ୍ୟକ୍ରମ ‘ଭକ୍ତି ପଥେ’ (ଭକ୍ତିର ପଥ) ଉନ୍ମୋଚନ କରି ଏହି ପର୍ବ ସହିତ ଗଭୀର ଭାବରେ ଅନ୍ତର୍ନିବିଷ୍ଟ ସହଯୋଗୀତା ଜାରି ରଖିଛି । ପୁରୀରେ ଜୁନ ୨୭ରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ରୁହନ୍ତୁ, ଏହି ଅନୁଭୂତି ଭକ୍ତଗଣଙ୍କୁ ଏକ ସମକାଳୀନ ଢାଂଚାରେ ଈଶ୍ୱରଙ୍କ ସହିତ ସଂଯୁକ୍ତ ହେବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି । ପାରମ୍ପରିକ ବିଧି ବିଧାନଗୁଡିକୁ ଅଧିକ ଆକର୍ଷଣୀୟ କରିବା ନିମନ୍ତେ ଭକ୍ତମାନଙ୍କ ନିମନ୍ତେ ସମାବେଶୀ ଏବଂ ସୁଲଭ୍ୟ ହେବା ଭଳି ‘ଭକ୍ତି ପଥେ’ ଏଆଇ, ଗେମିଫିକେସନ ଏବଂ ଅନ୍ତର୍ନିବେଶୀ ଦୃଶ୍ୟାବଳୀ ଦ୍ୱାରା ପରିଚାଳିତ ଏକ ବହୁଧା-ଇନ୍ଦି୍ରୟ ଅନୁଭୂତି ପାଇଁ ଭକ୍ତଙ୍କୁ ଆମନ୍ତ୍ରଣ କରୁଛି, ଯାହା ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କୁ ଏକ ଗଭୀର ଭକ୍ତିଭାବ ଭରା, ପ୍ରଯୁକ୍ତି-ସମର୍ଥିତ ଈଶ୍ୱରୀୟ ସଂଯୋଗର ହୋଲୋଗ୍ରାଫିକ ଦର୍ଶନ ସହିତ ପରିସମାପ୍ତ ହେଉଛି । ଶ୍ରୀ ଅନୁଜ ରୁସ୍ତଗୀ, ସିଓଓ, ଷ୍ଟାପଲ୍ସ ଆଣ୍ଡ ଆଡ୍ଜାସେନସିଜ୍, ଫୁଡ୍ସ୍ ଡିଭିଜନ, ଆଇଟିସି ଲିମିଟେଡ କହିଥିଲେ, “ଆଶୀର୍ବାଦ ପବିତ୍ର ରଥଯାତ୍ରାର ସର୍ବଦା ଅଂଶବିଶେଷ ହୋଇ ରହିଆସିଛି । ‘ଭକ୍ତି ପଥେ’ ସହିତ ତୀର୍ଥଯାତ୍ରୀଙ୍କ ନିମନ୍ତେ ଦର୍ଶନ ଅଧିକ ସୁଲଭ୍ୟ କରିବାକୁ ପ୍ରଯୁକ୍ତି ଉପଯୋଗରେ ଆମେ ଏହି ପାର୍ବଣକୁ ଅଧିକ ସମାବେଶୀ କରିବା ଲକ୍ଷ୍ୟ ରଖିଛୁ । ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାର ଅସଲିପଣ ସହିତ ଡିଜିଟାଲ ପ୍ରସାଦ-ପ୍ରସ୍ତୁତିକୁ ସମର୍ଥ କରାଇବାଠାରୁ ନେଇ ଏକ ସ୍ୱର୍ଗୀୟ ଦର୍ଶନ ସୁବିଧା ଯୋଗାଇବା ପର୍ଯ୍ୟନ୍ତ, ଆଶୀର୍ବାଦ ଭକ୍ତଗଣଙ୍କ ନିମନ୍ତେ ଏହି ପରମ୍ପରାକୁ ଅଧିକ ହୃଦୟସ୍ପର୍ଶୀ, ସୁଲଭ୍ୟ ଏବଂ ଅନ୍ତର୍ନିବେଶୀ ଉପାୟରେ ଉପସ୍ଥାପନ କରିବା ନେଇ ଗର୍ବିତ ମନେକରୁଛି ।” ଏହି ସକ୍ରିୟ କାର୍ଯ୍ୟାନ୍ୱୟନର ଅନ୍ୟତମ ମୁଖ୍ୟ ଉପାଦାନ ହେଉଛି ‘ପ୍ରସାଦ ପ୍ରସ୍ତୁତି ଜୋନ୍’, ଯେଉଁଠାରେ ଭକ୍ତଗଣ ଆଶୀର୍ବାଦ ଶୁଦ୍ଧ ଚକ୍କି ଅଟ୍ଟାରୁ ପାରମ୍ପରିକ ପ୍ରସାଦ ପ୍ରସ୍ତୁତ କରିପାରିବେ ଏବଂ ତାହାକୁ ଏକ ନିୟୋଜନକାରୀ ଡିଜିଟାଲ ପଦ୍ଧତି ଜରିଆରେ ଭଗବାନଙ୍କୁ ଅର୍ପଣ କରିପାରିବେ । ପ୍ରସାଦ ପ୍ରସ୍ତୁତି ଶେଷହେବା ଏବଂ ଭକ୍ତମାନଙ୍କ ପକ୍ଷରୁ ଭଗବାନଙ୍କୁ ଅର୍ପଣ କରାଯିବା ପରେ ଈଶ୍ୱରୀୟ ଦର୍ଶନ ସହିତ ଯାତ୍ରାରେ ପରିସମାପ୍ତି ଘଟୁଛି, ଯେଉଁଠାରେ ଏକ ବିଶାଳ ଏଲଇଡି ପରଦାରେ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଏବଂ ଦେବୀ ସୁଭଦ୍ରା ସେମାନଙ୍କ ରଥରେ ଉପବିଶନ କରିଥିବାର ହୋଲୋଗ୍ରାଫିକ ଦର୍ଶନ କରିବା ସୁଯୋଗ ମିଳୁଛି । ଏହି ଅନୁଭୂତି ସୁନିଶ୍ଚିତ କରୁଛି ଯେ ପ୍ରତ୍ୟେକ ଭକ୍ତ ଏହି ବିଧି ବିଧାନ ସହିତ ଏକ ଅର୍ଥପୂର୍ଣ୍ଣ ଏବଂ ସ୍ୱାଚ୍ଛନ୍ଦ୍ୟମୂଳକ ଉପାୟରେ ସଂଯୁକ୍ତ ହେଉଛନ୍ତି । ଏହି ଅନୁଭୂତିକୁ ସ୍ମରଣୀୟ କରି ଗଢିତୋଳିବା ନିମନ୍ତେ ପ୍ରତ୍ୟେକ ପରିଦର୍ଶକଙ୍କୁ ଏକ ‘ରଥ ଯାତ୍ରା’ ଫଟୋ ଫିଲ୍ଟର ବ୍ୟକ୍ତିଗତ ଉପହାର ଆକାରରେ ପ୍ରଦାନ କରାଯିବ- ଯାହାକୁ ବ୍ୟବହାର କରି ସେମାନେ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟଙ୍କ ସହିତ ସେମାନଙ୍କର ପାର୍ବଣ ଅଭିନନ୍ଦନକୁ ସହଭାଗୀତା କରିପାରିବେ ଏବଂ ଆଶୀର୍ବାଦ ସହିତ ଏହି ପାର୍ବଣ ପାଳନ କରିବେ । ଭକ୍ତଗଣ ପୁରୀ ବଡଦାଣ୍ଡରେ ବଡ ଶଙ୍ଖ ନିକଟରେ ଥିବା ଆଶୀର୍ବାଦ ‘ଭକ୍ତି ପଥେ’ ପରିଦର୍ଶନ କରିପାରିବେ ଏବଂ ଈଶ୍ୱରୀୟ ଦର୍ଶନରେ ପରିସମାପ୍ତ ହେଉଥିବା ଆଧ୍ୟାତ୍ମିକ ଦୃଷ୍ଟିରୁ ସମୃଦ୍ଧ ଯାତ୍ରାରେ ସାମିଲ ହୋଇପାରିବେ । Categories: Uncategorized Related Content ଶିକ୍ଷା କେବଳ ଜ୍ଞାନ ନୁହେଁ, ମଣିଷ ଗଢିବାର ଏକ ମହାନ ପ୍ରକ୍ରିୟା - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 6, 2026 ରାତ୍ର ପେଟ୍ରୋଲିଂ କଡାକଡି କରିବା ପାଇଁ ବୁଦ୍ଧିଜିବି ମହଲରେ ଦାବି by Proprietor Abhimanyu Maharana August 15, 2026 ରଥଯାତ୍ରା ୨୦୨୬ ପ୍ରସ୍ତୁତି ନେଇ ଛତିଶା ନିଯୋଗ ସହ ସମନ୍ୱୟ ବୈଠକ by Proprietor Abhimanyu Maharana July 3, 2026 Preparations on for Ratha Yatra at Delhi’s Hauz Khas Temple by Proprietor Abhimanyu Maharana June 27, 2026 ପୁରୀରେ ପଞ୍ଚମୁଖୀ ମହାବୀରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା, ତିନିଦିନିଆ ଯଜ୍ଞରେ ଭକ୍ତିମୟ ପରିବେଶ by Proprietor Abhimanyu Maharana April 8, 2026 କୁଦିଆରୀ ମା ଜାଗୁଳେଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ : ସ୍କାଳରାତ୍ରି ବେଶରେ ଦର୍ଶନ ଦେଲେ ମା' by Proprietor Abhimanyu Maharana March 25, 2026