ବିରି ମାଡ଼ ଦେଖି କୋଳଥ ଚୋପା – ରଣପୁର

ଓଡିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ରବିବାର ) ରଣପୁର :- ବର୍ତ୍ତମାନ ରଣପୁର ଥାନାରେ ଯେଉଁ ଧୃତ ଆସାମୀ ଅସାମାଜିକ ଯୁବକ ମାନେ ଜେଲ ରେ ପଶି ଗଲେଣି .. ଏବେ ସେମାନଙ୍କ ବସ୍ ମାନେ ଆଶା ଆଶଙ୍କା ଭିତରେ ଅଛନ୍ତି । ନିକଟରେ ପାର୍ବଣ ଋତୁ ଆସୁଥିବାରୁ ଅନେକ ଅସାମାଜିକ ଯୁବକ ଗିରଫ ହେବାର ସମ୍ଭାବନା ସୃଷ୍ଟି ହୋଇଛି । ରଣପୁର ଥାନାରେ ଜଣେ ପୂର୍ବତନ ଆଇ.ଆଇସି ଯେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ସେ ବର୍ତ୍ତମାନ ଅବସର ଗ୍ରହଣ କରିବା ପରେ ମଧ୍ୟ ରଣପୁର ଅଞ୍ଚଳରେ ବୁଲି ବୁଲି ଯେଉଁ ଅସାମାଜିକ ଯୁବକ ମାନଙ୍କୁ ବଞ୍ଚାଇଥିଲେ ସେମାନଙ୍କୁ ନେଇ ଆଇନ ବଃର୍ହିଭୂତ କାର୍ଯ୍ୟ କରୁଥିବା ବିଶେଷ ସୂତ୍ର ରୁ ପ୍ରକାଶ ପାଉଛି । ତାଙ୍କ ସମୟରେ ଦୁଇଟି ଗୁରୁତୁର କେସ୍ କୁ ସେ ଓ ଜଣେ ଜୈନିକ ସାମ୍ବାଦିକ ମିଶି ଅମୃତ ଡାଏରୀ ଫାର୍ମ ରେ କାର୍ଯ୍ୟରତ କର୍ମଚାରୀ √ ସନ୍ତୋଷ କୁମାର ମିଶ୍ର ଙ୍କ ମର୍ଡର କେସ୍ ଓ ଫରେଷ୍ଟ କର୍ମଚାରୀ √ ସୋମନାଥ ବେହେରା ଙ୍କ ମର୍ଡର କେସ୍ କୁ ଚପାଇ ଦେଇଥିଲେ ।

ବିଶେଷ ସୂତ୍ର ରୁ ପ୍ରକାଶ ଯେ ସେ ଦୁଇଟି କେସ୍ କୁ ତଦନ୍ତ କରିବାକୁ ନୟାଗଡ଼ ଏସ୍.ପି ରଣପୁର ଆଇ.ଆଇସି ଙ୍କୁ ପୁନଃ ତଦନ୍ତ କରିବା ଦାୟିତ୍ୱ ଦବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା ଜାଣିବା ପରେ ସମ୍ପୃକ୍ତ ସାମ୍ବାଦିକ ଓ ଅବସର ପ୍ରାପ୍ତ ଆଇ.ଆଇସି ର ମନରେ ଛନକା ପଶିବା ସଙ୍ଗେ ସଙ୍ଗେ ପୂର୍ବ ପଶ୍ଚ ଭଳି ପାର୍ବଣ ସମୟରେ ଜୁଆଡ଼ୀ ମାନଙ୍କ ଜୁଆ ଖେଳ ବନ୍ଦ ହୋଇଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ ଜୁଆଡ଼ୀ ମାନଙ୍କ ମନରେ ବନ୍ଦ ହେବାର ଭୟର ଆଶଙ୍କା ସୃଷ୍ଟି ହୋଇଛି ।

Exit mobile version